ବ୍ରହ୍ମଗିରି: ଝୁଲଣ ଦୋଳିରେ ପ୍ରଭୁ ଅଲାରନାଥଙ୍କ ଝୁଲଣ ପର୍ବ ଆରମ୍ଭ ହୋଇଯାଇଛି । ଶ୍ରାବଣ ମାସର ଶୁକ୍ଳପକ୍ଷ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସଂଧ୍ୟା ସମୟରେ ଏହି ପର୍ବ ପାଳନ କରାଯିବ ।
ଆଜି(ମଙ୍ଗଳବାର) ମଧ୍ୟାହ୍ନ ଧୂପ ପରେ ଅଲାରନାଥଙ୍କ ବିଜୟ ବିଗ୍ରହ ମଦନମୋହନ ଲକ୍ଷ୍ମୀ ସରସ୍ୱତୀଙ୍କୁ ପାଳିଆ ସେଵାୟତମାନେ ବାହୁ ବିଜେ କରାଇ ମନ୍ଦିର ପରିକ୍ରମା କରାଇଛନ୍ତି । ଚୈତନ୍ୟ ମଣ୍ଡପରେ ସୁସଜ୍ଜିତ ଝୁଲଣ ଦୋଳିରେ ବିଗ୍ରହ ମାନଙ୍କୁ ଉପବେସନ କରାଇ ଝୁଲଣ କରଯାଇଥିଲା ।