ପୁରୀ:ଆଜି (ବୁଧବାର) ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଛି । ପ୍ରଶାସନ ପକ୍ଷରୁ ନିର୍ଘଣ୍ଟ ସମୟ ଅନୁସାରେ ଭଗବାନଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ସକାଳ 8ଟାରୁ ତାଟି ଫିଟିବା ପରେ ପ୍ରଥମେ ଏକଘଣ୍ଟା ପରିମାଣିକ ଦର୍ଶନ ହୋଇଥିଲା । ପରେ ନବଯୌବନ ବେଶରେ ଦର୍ଶନ ଦେଇଥିଲେ ଦାରୁବିଗ୍ରହ । 9ଟାରୁ 10 ଟା ଯାଏଁ ସର୍ବସାଧାରଣ ଦର୍ଶନ ପାଇଁ ସମୟ ରହିଥିଲା । ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରି ଭାବବିହ୍ବଳ ହୋଇଛନ୍ତି ଭକ୍ତ ।
ସାଆନ୍ତେଙ୍କ ନବଯୌବନ ଦର୍ଶନ ନେଇ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗିଛି । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ 40 ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛି । ଦିନ ସାରା ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ରହିଛି । ତେଣୁ ମଝିରେ ମଝିରେ କିଛି ଘଣ୍ଟା ଦର୍ଶନ ବନ୍ଦ ହେବ । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ଏସପି କେ ବିଶାଳ ସିଂ ।