ଓଡିଶା

odisha

ETV Bharat / city

ଶ୍ରୀମନ୍ଦିରରେ ପ୍ରବେଶ ମନା, ପତିତପାବନ ଦର୍ଶନରେ ଆନନ୍ଦ ନେଉଛନ୍ତି ଭକ୍ତ - ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ କଟକଣା

ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ କଟକଣା ବଳବତ୍ତର ରହିଛି। ଫଳରେ ଭକ୍ତ ମାନେ ପତିତପାବନଙ୍କୁ ଦୀପ ଦେଇ ମୁଣ୍ଡିଆ ମାରି ମହାପ୍ରଭୁଙ୍କୁ ପ୍ରଣାମ କରୁଛନ୍ତି।

ପତିତପାବନ ଦର୍ଶନରେ ଆନନ୍ଦ ନେଉଛନ୍ତି ଭକ୍ତ
ପତିତପାବନ ଦର୍ଶନରେ ଆନନ୍ଦ ନେଉଛନ୍ତି ଭକ୍ତ

By

Published : Jul 5, 2020, 10:57 AM IST

Updated : Jul 5, 2020, 11:24 AM IST

ପୁରୀ: ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ଅନୁଷ୍ଠିତ ହୋଇଛି। ରତ୍ନ ସିଂହାସନରେ ବିରାଜମାନ କରିଛନ୍ତି ଶ୍ରୀଜୀଉ। ତେବେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ କଟକଣା ବଳ ବତ୍ତର ରହିଛି। ଫଳରେ ଭକ୍ତ ମାନେ ପତିତପାବନଙ୍କୁ ଦୀପ ଦେଇ ମୁଣ୍ଡିଆ ମାରି ମହାପ୍ରଭୁଙ୍କୁ ପ୍ରଣାମ କରୁଛନ୍ତି।

ଭକ୍ତ ମାନେ ଭାବି ଥିଲେ ନିଳାଦ୍ରୀ ବିଜେ ପରେ ଜଗନ୍ନାଥ ଦର୍ଶନ ସୁଯୋଗ ମିଳିବ ଶ୍ରୀମନ୍ଦିରରେ। କିନ୍ତୁ କୋଭିଡ ସଂକ୍ରମଣ ଭୟ ଯୋଗୁ ଭକ୍ତଙ୍କ ଉପରେ କଟକଣା ରହିଛି। ମନ ଦୁଃଖ ହେଲେବି କଟକଣାକୁ ସମର୍ଥନ କରିଛନ୍ତି ଭକ୍ତ।

ଶ୍ରୀମନ୍ଦିରରେ ପ୍ରବେଶ ମନା, ପତିତପାବନ ଦର୍ଶନରେ ଆନନ୍ଦ ନେଉଛନ୍ତି ଭକ୍ତ

ତେବେ ମହାପ୍ରଭୁ ଶୀଘ୍ର କୋରୋନା ମହାମାରୀକୁ ବିନାଶ କରି ସାରା ବିଶ୍ୱର ମଙ୍ଗଳ କାମନା କରିବାକୁ ଭକ୍ତ ପ୍ରାର୍ଥନା କରିଛନ୍ତି। ଜୁଲାଇ 31ପର୍ଯ୍ୟନ୍ତ ମଧ୍ୟ ପୁରୀରେ ପ୍ରବେଶ ନେଇ କଟକଣା ଜାରି କରିଛି ପ୍ରଶାସନ । ତେବେ ପରିସ୍ଥିତି ସ୍ୱାଭାବିକ ହେବ ସେନେଇ ଅପେକ୍ଷାରେ ଭକ୍ତ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jul 5, 2020, 11:24 AM IST

ABOUT THE AUTHOR

...view details