ଓଡିଶା

odisha

ETV Bharat / city

ନୂଆବର୍ଷରେ ଶ୍ରୀଜୀଉଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ - Puri SriMandir

ନୂଆବର୍ଷରେ ଶ୍ରୀଜିଉଙ୍କ ଦର୍ଶନ କରି ନପାରି ପତିତପାବନ ଦର୍ଶନ କରିଛନ୍ତି ଭକ୍ତ । ଅଧିକ ପଢନ୍ତୁ...

ପତିତପାବନ ଦର୍ଶନ
ପତିତପାବନ ଦର୍ଶନ

By

Published : Jan 1, 2021, 10:29 AM IST

ପୁରୀ: ନୂଆବର୍ଷରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ଥିବାବେଳେ ଭକ୍ତମାନେ ପତିତପାବନ ଦର୍ଶନ କରି ଫେରୁଛନ୍ତି । ନୂଆବର୍ଷରେ ପତିତପାବନ ଦର୍ଶନ କରି ଭାବବିହ୍ଵଳ ହୋଇଛନ୍ତି ଭକ୍ତ । 2021 ସମସ୍ତଙ୍କ ନିମନ୍ତେ ଭଲ ହେଉ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଶ୍ରଦ୍ଧାଳୁ। ପତିତପାବନ ଦର୍ଶନ ସମେତ ମହାପ୍ରସାଦ ନେଇ ଭକ୍ତ ମାନେ ଘରକୁ ଫେରୁଛନ୍ତି।

ପତିତପାବନ ଦର୍ଶନ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ କଟକଣା ଥିବାରୁ ଅନେକ ଭକ୍ତ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଦୁଃଖ ପ୍ରକାଶ କରିଛନ୍ତି। ତେବେ 3 ତାରିଖରୁ ସର୍ବସାଧାରଣଙ୍କ ଦର୍ଶନ ଥିବାରୁ ପୁଣି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ସେମାନେ ଆଶା ବାନ୍ଧିଛନ୍ତି ।

ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡକୁ ଆଶଙ୍କା କରି ପୁରୀ ଜିଲ୍ଲା ପ୍ରଶାସନ ଜାନୁଆରୀ 1 ଓ 2 ତାରିଖ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରିଛି। ପରେ ଆସନ୍ତା 3 ତାରିଖରୁ ସମସ୍ତ ଭକ୍ତ କୋଭିଡ କଟକଣା ମାନିବା ସହ କୋଭିଡ ନେଗେଟିଭ ରିପୋର୍ଟ ଆଣି ଦର୍ଶନ କରି ପାରିବେ ବୋଲି ବ୍ୟବସ୍ଥା ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details