ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ରାଜରାଜେଶ୍ବର ବେଶରେ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତେ । ରାଜରାଜେଶ୍ବର ବେଶକୁ ସୁନାବେଶର ଅନୁରୂପ ବେଶ କୁହାଯାଏ । ଆଜି ଭଳି ପବିତ୍ର ଦିନରେ ମହାପ୍ରଭୁଙ୍କ ଟିକେ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି ଭକ୍ତ ।
ହେଲେ ଭକ୍ତ-ଭଗବାନ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଥିବା କୋରୋନା ରୂପକ ମହାମାରୀ ଯୋଗୁଁ ଶ୍ରୀମନ୍ଦିର ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି । ଫଳରେ ସିଂହଦ୍ବାରରୁ ମୁଣ୍ଡିଆ ମାରି ପତିତପାବନଙ୍କୁ ଦର୍ଶନ କରି ଫେରୁଯାଉଛନ୍ତି ଭକ୍ତ । ଗୋଟେ ପଟେ କୋରୋନା କଟକଣା ଅନ୍ୟପଟେ ଡଙ୍ଗା ଭସା ଉପରେ ପ୍ରଶାସନର ରୋକ ଭକ୍ତକୁ ନିରାଶ କରିଛି ।