ଓଡିଶା

odisha

ETV Bharat / city

ଜଗାଦୁଆରେ ଶୁଭିଲାନି ବଡବଡୁଆ ଡାକ, ଅସନ୍ତୋଷ ଭକ୍ତ-ସେବାୟତ

ଆଜି ଦୀପାବଳି । ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ବାଇଶି ପାହାଚରେ ପୂର୍ବପୁରଷଙ୍କୁ ପିଣ୍ଡ ଦାନ କରାଯାଇଥାଏ । ସଂହଦ୍ବାରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ହେଲେ ଚଳିତ ବର୍ଷ ଶ୍ରୀମନ୍ଦିରେ କୋରୋନା କଟକଣା ପାଇଁ ୧୪୪ ଧାର ଲାଗୁ ହୋଇଛି । ଫଳରେ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରରେ ବଡ଼ ବଡୁଆ ଡାକ ବନ୍ଦ ନେଇ ଭକ୍ତ ଓ ସେବାୟତ ଅସନ୍ତୋଷ
ଶ୍ରୀମନ୍ଦିରରେ ବଡ଼ ବଡୁଆ ଡାକ ବନ୍ଦ ନେଇ ଭକ୍ତ ଓ ସେବାୟତ ଅସନ୍ତୋଷ

By

Published : Nov 4, 2021, 1:35 PM IST

ପୁରୀ: ଆଜି ଦୀପାବଳି । ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ବାଇଶି ପାହାଚରେ ପୂର୍ବପୁରଷଙ୍କୁ ପିଣ୍ଡ ଦାନ କରାଯାଇଥାଏ । ସିଂହଦ୍ବାରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ହେଲେ ଚଳିତ ବର୍ଷ ଶ୍ରୀମନ୍ଦିରେ କୋରୋନା କଟକଣା ପାଇଁ ୧୪୪ ଧାର ଲାଗୁ ହୋଇଛି । ଭିଡ଼ ଆଶଙ୍କାରେ ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରହିଛି । କେବଳ ଦର୍ଶନ ବନ୍ଦ ହୋଇନାହିଁ, ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ କଟକଣା ଲାଗିଛି । ଦୂରରୁ ଭଗବାନଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ଫଳରେ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଶ୍ରୀମନ୍ଦିରରେ ବଡ଼ ବଡୁଆ ଡାକ ବନ୍ଦ ନେଇ ଭକ୍ତ ଓ ସେବାୟତ ଅସନ୍ତୋଷ

144 ଧାରା ଲାଗିବାରୁ ବଡ଼ ବଡୁଆ ଡାକ ବନ୍ଦ ନେଇ ଭକ୍ତ ଓ ସେବାୟତ ମହଲରେ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦୀପାବଳି ଅମାବାସ୍ୟାରେ ପୟା ଶ୍ରାଦ୍ଧ ଅନୁଷ୍ଠିତ ହୋଇଥାଏ। ପିତୃପୁରୁଷଙ୍କୁ ପିଣ୍ଡ ଦାନ କରାଯାଇଥାଏ। ପୁରୀରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପିତୃପୁରୁଷଙ୍କୁ ବଡବଡୁଆ ଡାକି କାଉଁରିଆ କାଠି ଜାଳି ପିତୃପୁରୁଷଙ୍କୁ ମର୍ତ୍ତ୍ୟ ଲୋକରୁ ସ୍ୱସ୍ଥାନକୁ ପ୍ରତ୍ୟାବର୍ତ୍ତନ କରାଇଥାନ୍ତି । ସେହିପରି ଶ୍ରୀମନ୍ଦିର ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ପିଣ୍ଡ ଦାନ କରିଥାନ୍ତି । ତେବେ ଅଧିକ ଜନ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଶ୍ରୀମନ୍ଦିର ଚାରି ପାଖେ 144ଧାରା ଜାରି ହୋଇଛି ଯାହାକୁ ନେଇ ସେବାୟତ ଓ ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି।

କଟକଣା ନାମରେ ଯେଉଁ ଭଳି ପୁରୀ ଜିଲ୍ଲା ପ୍ରଶାସନ ହଜାର ହଜାର ବର୍ଷ ମହାପ୍ରଭୁଙ୍କ ପରମ୍ପରା ଭଙ୍ଗ କରିଛି ତାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି । 2020 ରେ କୋଭିଡ କଟକଣା ହେତୁ ଦୀପାବଳିରେ ବଡ଼ ବଡୁଆ ଡାକ ସମେତ କାଉଁରିଆ କାଠି ଜଳିବା ଉପରେ କଟକଣା ଲଗାଇ ଥିଲା ପ୍ରଶାସନ। ସେତେବେଳର ସ୍ଥିତି ଦେଖି ଭକ୍ତ , ସେବାୟତ ସମସ୍ତେ ପ୍ରଶାସନର ନିଷ୍ପତିକୁ ଗ୍ରହଣ କରିଥିଲେ। କିନ୍ତୁ ଏବେ କୋଭିଡ କଟକଣା କୋହଳ ହୋଇ ଥିବା ବେଳେ ସବୁ ପ୍ରକାର କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ନିର୍ବାଚନ ରାଲି, ସଭା, ସିନେମା ହଲ, ରେଷ୍ଟୁରାଣ୍ଟ , ହୋଟେଲ , ପର୍ଯ୍ୟଟନ ସ୍ଥଳୀ ଖୋଲି ସାରିଥିବା ବେଳେ କୋଭିଡ ଗାଇଡ଼ଲାଇନରେ ସବୁକିଛି ସ୍ବାଭାବିକ ହୋଇଛି । ହେଲେ ମହାପ୍ରଭୁଙ୍କ ପରମ୍ପରାକୁ ପ୍ରଶାସନ ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହୋଇଛି।

ଫଳରେ ବର୍ଷକୁ ଥରେ ଆସୁଥିବା ଏହି ବିଶେଷ ଦିନକୁ ନେଇ ଭକ୍ତ ଯେଭଳି ମହାପ୍ରଭୁଙ୍କ ଦର୍ଶନ ସହ ବଡ଼ ବଡୁଆ ଡାକ ଡାକିଥାନ୍ତେ ସେ ଆଶା ନିରାଶାରେ ପରିଣତ ହୋଇଛି । ତେବେ ଜଗନ୍ନାଥ ସଂସ୍କୃତି ପ୍ରତି ପୁରୀ ଜିଲ୍ଲା ପ୍ରଶାସନର ଏଭଳି ଦାୟିତ୍ବହୀନତାକୁ ଭକ୍ତ ଓ ସେବାୟତ ସମାଲୋଚନା କରିଛନ୍ତି। ସେହିପରି କୋଭିଡ କଟକଣା ହେତୁ ବାଇଶି ପାହାଚ ବଦଳରେ ମହଲୟାରେ ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ପ୍ରଶାସନ ଏକ ସ୍ବତନ୍ତ୍ର ସେଡ଼ କରି ପିଣ୍ଡଦାନର ବ୍ୟବସ୍ଥା କରିଥିଲା। ତେବେ ପୟା ଶ୍ରାଦ୍ଧ ଏଭଳି ବ୍ୟବସ୍ଥା ପ୍ରଶାସନ ନ କରି ଶ୍ରୀମନ୍ଦିର ଠାରୁ ବହୁ ଦୂରରେ ମରିଚି କୋଟ ଛକ ରାସ୍ତା କଡରେରେ ପିଣ୍ଡଦାନ କାର୍ଯ୍ୟ ନେଇ ପ୍ରଶାସନର ଅନୁମତିକୁ ଭକ୍ତ ଗ୍ରହଣ କରି ପାରି ନାହାନ୍ତି। ଶ୍ରୀମନ୍ଦିର ଠାରୁ ଦୂରରେ ପିଣ୍ଡଦାନ କଲେ କଣ ଭିଡ଼ କମ ହେବ ଏବଂ କୋଭିଡ ବ୍ୟାପିବ ନାହିଁ ବୋଲି ଭକ୍ତ ଓ ସେବାୟତ ପ୍ରଶ୍ନ ଉଠାଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details