ଓଡିଶା

odisha

ETV Bharat / city

ମହାପ୍ରଭୁଙ୍କୁ ରୌପ୍ୟ ଶଙ୍କ ଦାନ କଲେ ଭକ୍ତ - ମହାପ୍ରଭୁଙ୍କୁ ରୌପ୍ୟ ଶଙ୍କ ଦାନ କଲେ ଭକ୍ତ

ମହାପ୍ରଭୁଙ୍କୁ ରୌପ୍ୟ ଶଙ୍ଖ ଦାନ କଲେ ଭକ୍ତ । ଜଣେ ଶ୍ରଦ୍ଧାଳୁ ଏକ କିଲୋ ଚାରି ଶହ ଗ୍ରାମର ରୌପ୍ୟ ଶଙ୍ଖ ଶ୍ରୀମନ୍ଦିରକୁ ଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

devotee donated silver Conch to lord jagannath
ମହାପ୍ରଭୁଙ୍କୁ ରୌପ୍ୟ ଶଙ୍କ ଦାନ କଲେ ଭକ୍ତ

By

Published : Jun 14, 2022, 6:58 AM IST

ପୁରୀ: ମହାପ୍ରଭୁଙ୍କୁ ରୌପ୍ୟ ଶଙ୍ଖ ଦାନ କଲେ ଭକ୍ତ । ଜଣେ ଶ୍ରଦ୍ଧାଳୁ ଏକ କିଲୋ ଚାରି ଶହ ଗ୍ରାମର ରୌପ୍ୟ ଶଙ୍ଖ ଶ୍ରୀମନ୍ଦିରକୁ ଦାନ କରିଛନ୍ତି । ଚଳିତ ସୁନାବେଶ ଅବସରରେ ମହାବାହୁଙ୍କୁ ପାଖରେ ଲାଗି ହେବ । ଭୁବନେଶ୍ୱର ଜାଗମରା ଅଞ୍ଚଳର ଜଣେ ଭକ୍ତ ଏକ ଦକ୍ଷିଣାବର୍ତୀ ରୌପ୍ୟ ଶଙ୍ଖ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଛନ୍ତି । ଏହି ଶଙ୍ଖଟି ପବିତ୍ର ସୁନାବେଶ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ହସ୍ତରେ ଧାରଣ କରିବେ । ଏହାକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି । ଶଙ୍ଖ ଦାନ କରିଥିବା ଭକ୍ତ ଜଣକ ନିଜର ନାମ ଗୋପନ ରଖିଛନ୍ତି । ଶଙ୍ଖଟି ତିଆରି କରିଥିବା କାରିଗର କାମେଶ୍ୱର ଆଚାର୍ଯ୍ୟ ଶଙ୍ଖଟିକୁ ଆଣି ଶ୍ରୀମନ୍ଦିର କାର୍ଯ୍ୟଳୟରେ ଦେଇଛନ୍ତି ।

ମହାପ୍ରଭୁଙ୍କୁ ରୌପ୍ୟ ଶଙ୍କ ଦାନ କଲେ ଭକ୍ତ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details