ଓଡିଶା

odisha

ରାୟରମାନନ୍ଦ ଜନ୍ମ ପୀଠକୁ ପର୍ଯ୍ୟଟନସ୍ଥଳ ମାନ୍ୟତା ପାଇଁ ଦାବି

By

Published : Oct 18, 2021, 9:47 PM IST

ବ୍ରହ୍ମଗିରିରେ ରାୟରମାନନ୍ଦ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ଚକ୍ରରେ ମହାପୁରୁଷ ରାୟରମାନନ୍ଦ ଜୀବନୀ ଆଲୋଚିତ ହୋଇଛି । ମହାପୁରୁଷଙ୍କୁ ଜନ୍ମମାଟିକୁ ସରକାର ଗୁରୁତ୍ବ ଦେବା ସହ ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ପାଇଁ ଦାବି । ଅଧିକ ପଢନ୍ତୁ...

ରାୟରମାନନ୍ଦ ଜନ୍ମ ପୀଠକୁ ପଯ୍ୟଟନସ୍ଥଳ ମାନ୍ୟତା ପାଇଁ ଦାବି
ରାୟରମାନନ୍ଦ ଜନ୍ମ ପୀଠକୁ ପଯ୍ୟଟନସ୍ଥଳ ମାନ୍ୟତା ପାଇଁ ଦାବି

ବ୍ରହ୍ମଗିରି:ରାୟରମାନନ୍ଦ ସ୍ମୃତି ପରିଷଦ ପକ୍ଷରୁ ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ମହାପୁରଷ ରାୟରମାନନ୍ଦଙ୍କ ଜନ୍ମମାଟି ବେଣ୍ଟପୁର ଗ୍ରାମଠାରେ ଏକ ଆଲୋଚନା ଚକ୍ର କରାଯାଇଛି । ମହାପୁରଷ ରାୟରମାନନ୍ଦ ଏକାଧାରରେ ଜଣେ ବିଚକ୍ଷଣ ରାଜନୈତିଜ୍ଞ, ଦିଗବକ୍ତା,ତତ୍ବାଜ୍ଞାନ ସୌଯ୍ୟ, ଯୁଦ୍ଧରେ ପାରଦର୍ଶିତା, ସର୍ବୋପରି ବିବିଧ ଭାଷାରେ ପାରଦର୍ଶିତା ତାଙ୍କ ପାଖରେ ଥିଲା ।

ତାଙ୍କ ଯୁବାବସ୍ଥାରେ ଶ୍ରୀ ଜଗନ୍ନାଥ ବଲ୍ଲଭନାଟକ, ଧର୍ମନିରୂପଣ, ଦଣ୍ଡାତ୍ମକଲୀଳା, ପଦାସମୁଦ୍ର ଏବଂ ବୈଷ୍ଣବପଦାବଲି ଓଡିଶା ଆଧ୍ୟାତ୍ମିକ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲା। 1503 ଖ୍ରୀଷ୍ଟାଦ୍ଦ ଠାରୁ ଗଜପତିଙ୍କ ବିଭିନ୍ନ ରାଜ କାର୍ଯ୍ୟର ପଦାଧିକାରୀ ଭାବେ ଦାୟିତ୍ବ ମଧ୍ୟ ସମ୍ଭାଳିଥିଲେ । 1510 ଖିଷ୍ଟାବ୍ଦୀରେ ଶ୍ରୀ ଚୈତନ୍ୟ ଦକ୍ଷିଣ ଭାରତ ପରିଭ୍ରମଣ କାଳରେ ରାୟରମାନନ୍ଦଙ୍କ ସହିତ ପ୍ରଥମ ସାକ୍ଷାତ ହୋଇଥିଲା । ଦୁହିଁଙ୍କ ମଧ୍ୟରେ ଆଧ୍ୟାତ୍ମିକ ବିଚାର ଓ ଆଲୋଚନା ଏତେ ମାତ୍ରାରେ ସାମଞ୍ଜସ୍ୟ ରହିଥିଲା ଯେ, ରାୟରମାନନ୍ଦଙ୍କ ପାଖରେ ଶ୍ରୀ ଚୈତନ୍ୟ 10 ଦିନ ରହିଯାଇଥିଲେ ।

ରାୟରମାନନ୍ଦ ଜନ୍ମ ପୀଠକୁ ପଯ୍ୟଟନସ୍ଥଳ ମାନ୍ୟତା ପାଇଁ ଦାବି

କିନ୍ତୁ ସେହି ମହାପୁରୁଷ ଓ ତାଙ୍କ ଜନ୍ମମାଟିକୁ ସରକାର ଅଣଦେଖା କରିଥିବା ସ୍ମୃତି ପରିଷଦ ଅଭିଯୋଗ କରିଛନ୍ତି । ତା ସହିତ ତାଙ୍କ ଜନ୍ମମାଟିକୁ ପର୍ଯ୍ୟଟନ ମାନ୍ୟତା ଓ ତାଙ୍କ ଆବିର୍ଭାବ ଏବଂ ତିରୋଧାନ ଦିବସକୁ ସଂସ୍କୃତି ବିଭାଗ ନିଜ କ୍ୟାଲେଣ୍ଡରରେ ସ୍ଥାନ ଅଳଙ୍କୃତ କରିବା ପାଇଁ ଦାବି କରିଛି ସ୍ମୃତି ପରିଷଦ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details