ଓଡିଶା

odisha

By

Published : Aug 14, 2021, 4:52 PM IST

ETV Bharat / city

ପୁରୀରେ ଜୋର ଧରିଲା ପୌର ନିର୍ବାଚନ ଦାବି

ଜୋର ଧରିଲା ପୁରୀରେ ପୌରନିର୍ବାଚନ ଦାବି । ଦାବି କଲେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସ୍ବର ମିଳାଇଲା କଂଗ୍ରେସ । ବିଜେଡି କହିଲା ଠିକ ସମୟରେ ହେବ ନିର୍ବାଚନ । ଅଧିକ ପଢନ୍ତୁ...

ପୁରୀରେ ଜୋର ଧରିଲା ପୌର ନିର୍ବାଚନ ଦାବି
ପୁରୀରେ ଜୋର ଧରିଲା ପୌର ନିର୍ବାଚନ ଦାବି

ପୁରୀ: ୨୦୧୮ ସେପ୍ଟେମ୍ବରରୁ ପୁରୀ ପୌରାଞ୍ଚଳରେ କାଉନସିଲର ଅବଧି ଶେଷ ହୋଇଥିଲେ ମଧ୍ୟ ଦୀର୍ଘ ୩ ବର୍ଷ ହେବ ପୌରନିର୍ବାଚନ ହୋଇପାରିନଥିବାରୁ ପୁରୀ ସହରର ବିକାଶ ବାଧାପ୍ରାପ୍ତ ହୋଇଛି। ଏଣୁ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୁବ ଶୀଘ୍ର ପୌର ନିର୍ବାଚନ କରାନ୍ତୁ ବୋଲି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଦାବି କରିଛନ୍ତି ।

ପୁରୀରେ ଜୋର ଧରିଲା ପୌର ନିର୍ବାଚନ ଦାବିପୁରୀରେ ଜୋର ଧରିଲା ପୌର ନିର୍ବାଚନ ଦାବି

ତେବେ ବିଧାୟକଙ୍କ ଏପରି ଦାବିକୁ କଂଗ୍ରେସ ସମର୍ଥନ କରିଥିବାବେଳେ ଉତ୍ତର ରଖିଛି ବିଜେଡି । ବିଜେଡ଼ି କହିଛି ପୁରୀର ବିକାଶ ସଠିକ ଦଗରେ ଚାଲିଛି । ତେବେ ପୌର ନିର୍ବାଚନ ପ୍ରକ୍ରିୟା ସରକାର ଆରମ୍ଭ ସରିଥିବାବେଳେ ଉଚିତ ସମୟରେ ନିର୍ବାଚନ ହେବ ବୋଲି କହିଛି ଦଳ ।

ଦୀର୍ଘ ୩ ବର୍ଷ ହେବ ପୌର ନିର୍ବାଚନ ହୋଇ ନ ଥିବା ଯୋଗୁଁ ସ୍ଥାଣୁ ପାଲଟିଯାଇଛି ପୁରୀ ପୌରପାଳିକା । ବିଭିନ୍ନ ଓ୍ବାର୍ଡ଼ରେ ରାସ୍ତାଘାଟ, ଡ଼୍ରେନ୍, ପାନୀୟ ଜଳ ଆଦିରେ ବ୍ୟାପକ ଅବ୍ୟବସ୍ଥା ଥିବାବେଳେ ଏହାର ସମାଧାନ ପାଇଁ କୌଣସି ବ୍ୟବସ୍ଥା ହେଉନାହିଁ । ପୂର୍ବରୁ ପୌରପାଳିକାର ପ୍ରତ୍ୟେକ ଓ୍ବାର୍ଡ଼ର ଲୋକ ପ୍ରତିନିଧି ଥିବାରୁ ସମସ୍ତ ସମସ୍ୟାର ଶୁଣାଣି ହେବା ସହ ସମାଧାନ ହୋଇ ପାରୁଥିଲା। କିନ୍ତୁ ଏବେ ଏହା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ଯୋଗୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅବସ୍ଥା ଏଭଳି ହେଲାଣି ଯେ ପୌର କର୍ମଚାରୀମାନେ ମଧ୍ୟ ଦରମା ପାଉ ନାହାନ୍ତି । ସେହିପରି ସରକାରୀ ଅଫିସରଙ୍କ ହାତରେ ମ୍ୟୁନିସିପାଲିଟିର ଦାୟିତ୍ବ ଦିଆଯିବା ଦ୍ବାରା ଲୋକଙ୍କର ସମସ୍ୟା ସମାଧାନ ହୋଇପାରୁ ନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ।

ସେପଟେ ପୌର ନିର୍ବାଚନ ପ୍ରସଙ୍ଗ ନେଇ ମତ ରଖିଛି ପୁରୀ କଂଗ୍ରେସ। କୋଭିଡ଼ ମହାମାରୀ ସ୍ଥିତି ଧିରେ ଧିରେ ସୁଧୁରୁ ଥିବାବେଳେ ପୌର ନିର୍ବାଚନର ଆବଶ୍ୟକତା ରହିଥିବା ପୁରୀ ଜିଲ୍ଲା କଂଗ୍ରେସ କମିଟିର ଉପ ସଭାପତି କହିଛନ୍ତି। ସେପଟେ ବିଜେପି ଓ କଂଗ୍ରେସର ଅଭିଯୋଗର ଜବାବ ରଖିଛି ବିଜେଡ଼ି। ମ୍ୟୁନିସିପାଲିଟିରେ କୌଣସି ଲୋକ ପ୍ରତିନିଧି ନଥିଲେ ମଧ୍ୟ ରାଜ୍ୟ ସରକାର ପୁରୀ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ସହ ଶ୍ରୀକ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଜାରି ରଖିଛନ୍ତି। ତେବେ କୋଭିଡ଼ ମହାମାରୀ ସ୍ଥିତି ସୁଧୁରିବା ପରେ ସଠିକ୍ ସମୟରେ ପୌରନିର୍ବାଚନ ସରକାର କରିବେ ବୋଲି ମତ ରଖିଛନ୍ତି ରାଜ୍ୟ ବିଜୁ ଯୁବ ଜନତା ଦଳର ଉପସଭାପତି ସୁଭାଶିଷ ଖୁଣ୍ଟିଆ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details