ଓଡିଶା

odisha

ETV Bharat / city

ବିକଳ ହେଲାଣି ଭକ୍ତଙ୍କ ମନ, ଗାଇଡ ଲାଇନ ମାନି ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଦାବି - କୋରୋନା ଗାଇଡ ଲାଇନ

ରାଜ୍ୟରେ ଧର୍ମାନୁଷ୍ଠାନରେ ଭକ୍ତ ଙ୍କ ପ୍ରବେଶ ହେବ କି ନାହିଁ ସେ ନେଇ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରିଛନ୍ତି ଓଡିଶା ହାଇକୋର୍ଟ। ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ସରକାର ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରି ଶ୍ରୀମନ୍ଦିରରେ ଭକ୍ତ ଙ୍କ ପ୍ରବେଶ ଅନୁମତି ଦେବାକୁ ଦାବି ହୋଇଛି। ଅଧିକ ଖବର ପଢନ୍ତୁ...

ବିକଳ ହେଲାଣି ଭକ୍ତଙ୍କ ମନ; ଗାଇଡ ଲାଇନ ମାନି ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଦାବି
ବିକଳ ହେଲାଣି ଭକ୍ତଙ୍କ ମନ; ଗାଇଡ ଲାଇନ ମାନି ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଦାବି

By

Published : Aug 11, 2020, 5:19 PM IST

ପୁରୀ: ରାଜ୍ୟରେ ଧର୍ମାନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ହେବ କି ନାହିଁ ସେ ନେଇ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରିଛନ୍ତି ଓଡିଶା ହାଇକୋର୍ଟ । ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାଜ୍ୟ ସରକାର ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ମତ ରଖିଛନ୍ତି । ତେବେ ଏହି ପ୍ରସଙ୍ଗ ପୁଣି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶକୁ ନେଇ ଦାବି ଜୋର ଧରିଛି।

ବିକଳ ହେଲାଣି ଭକ୍ତଙ୍କ ମନ; ଗାଇଡ ଲାଇନ ମାନି ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଦାବି

ବିଶେଷ କରି ପୁରୀ ସହର ଅର୍ଥନୀତି ଭକ୍ତ ଓ ଯାତ୍ରୀଙ୍କ ଆଗମନ ଉପରେ ନିର୍ଭରଶୀଳ। ଦୀର୍ଘ 5 ମାସ ହେବ ଭକ୍ତଙ୍କ ଶ୍ରୀମନ୍ଦିର କଟକଣା ଫଳରେ ପୁରୀ ସହର ଭକ୍ତ ଶୂନ୍ୟ ରହିଛି। ଫଳରେ ଶ୍ରୀମନ୍ଦିରର ସେବାୟତ ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟୀ , ଉଠା ଦୋକାନୀ , ହୋଟେଲ ବ୍ୟବସାୟ ବ୍ୟାପକ ପ୍ରଭାବିତ ହୋଇଛି। ସେହିପରି ଜଗନ୍ନାଥ ପ୍ରେମୀ ମାନେ ମହାପ୍ରଭୁଙ୍କ ଦର୍ଶନ ମଧ୍ୟ ମାସ ମାସ ହେବ ପାଇନାହାଁନ୍ତି ।

ଏଣୁ ପୁରୀ ସହରର ଅର୍ଥନୀତି ସୁଦୃଢ ସହ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ରକ୍ଷା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଅନୁମତି ଦାବି କରିଛନ୍ତି ସେବାୟତ, ବୁଦ୍ଧିଜୀବୀ ଓ ଭକ୍ତ। ସବୁ ଅନୁଷ୍ଠାନ ଯେତେବେଳେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଖୋଲି ସାରିଛି, ଶ୍ରୀମନ୍ଦିର କୁ ମଧ୍ୟ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ କିପରି ଖୋଲିହେବ ସେ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରି ଶ୍ରୀମନ୍ଦିରରେ ଭକ୍ତ ଙ୍କ ପ୍ରବେଶ ଅନୁମତି ଦେବାକୁ ଦାବି ହୋଇଛି।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details