ଓଡିଶା

odisha

ETV Bharat / city

VIRAL VIDEO: ନ୍ୟାୟ ପାଇଁ ଆସିଥିଲେ ମହିଳା, ତହସିଲଦାର କହିଲେ ବାହାର ଏଠୁ - ପୁରୀରେ ମହିଳାଙ୍କୁ ଦୁର୍ବ୍ୟବହାର କଲେ ତହସିଲଦାର

ମୋ ସରକାର ଯୋଜନାକୁ ଉପହାସ । ସମସ୍ୟାର ସମାଧାନ ପାଇଁ ଯାଇଥିବା ମହିଳାଙ୍କୁ ଦୁର୍ବ୍ୟବହାର କଲେ ଡେଲାଙ୍ଗ ତହସିଲଦାର । ଅଧିକ ପଢନ୍ତୁ

ମହିଳାଙ୍କୁ ଦୁର୍ବ୍ୟବହାର କଲେ ତହସିଲଦାର , ଭିଡିଓ ଭାଇରାଲ
ମହିଳାଙ୍କୁ ଦୁର୍ବ୍ୟବହାର କଲେ ତହସିଲଦାର , ଭିଡିଓ ଭାଇରାଲ

By

Published : Mar 8, 2022, 12:55 PM IST

ପୁରୀ:ମୋ ସରକାରକୁ ତହସିଲଦାରଙ୍କ ଆଖିଠାର, ମହିଳାଙ୍କୁ ଦୁର୍ବ୍ୟବହାର କଲେ ଡେଲାଙ୍ଗ ତହସିଲଦାର । ଜମିଜମା ସମସ୍ୟାର ସମାଧାନ ଅଭିଯୋଗ ନେଇ ଯାଇଥିବା ବେଳେ ଦୁର୍ବ୍ୟବହାରର ଶିକାର ହେଲେ ମହିଳା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓ ଭାଇରାଲ ପରେ ତହସିଲଦାରଙ୍କ ବ୍ୟବହାରକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଦୁର୍ବ୍ୟବହାର ଶିକାର ହୋଇଥିବା ମହିଳା ହେଉଛନ୍ତି ଜେନାପୁର ଅଞ୍ଚଳର ସୁସ୍ମିତା ମହାନ୍ତି ।

ମହିଳାଙ୍କୁ ଦୁର୍ବ୍ୟବହାର କଲେ ତହସିଲଦାର, ଭିଡିଓ ଭାଇରାଲ

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସୁସ୍ମିତା ଜମିଜମା ସମସ୍ୟା ନେଇ ବାରମ୍ବାର ତହସିଲଦାରଙ୍କ ନିକଟକୁ ଯାଇଥିଲେ । କିନ୍ତୁ ତହସିଲଦାର ସମସ୍ୟା ଶୁଣିବା ବଦଳରେ ତାଙ୍କୁ ଖୋଲାଖୋଲି ଭାବେ ଗାଳିଗୁଲଜ କରିବା ସହ ଅଫିସରୁ ବାହାରିଯିବାକୁ କହିଥିଲେ । ଏନେଇ ମହିଳା ଜଣଙ୍କ କହିଛନ୍ତି ଯେ ତାଙ୍କ ଜମି ରୁ ଜଳ ନିଷ୍କାସନ ହୋଇ ପାରୁନାହିଁ। କିଛି ମୁଷ୍ଟିମେୟ ଵ୍ୟକ୍ତି ପ୍ରାକୃତିକ ଜଳ ନିଷ୍କାସନ ନଳାକୁ ବନ୍ଦ କରିଥିବା ହେତୁ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଫସଲ ବ୍ୟାପକ କ୍ଷତି ଘଟୁଛି । ସରକାରୀ ଜାଗାକୁ ତହସିଲ ଅଫିସ କର୍ମଚାରୀ ସେମାନଙ୍କୁ ବିକ୍ରି କରିଦେଇଛନ୍ତି।

ଏ ନେଇ ସେ ଜିଲ୍ଲା ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି । ତହସିଲଦାରଙ୍କୁ ଅଭିଯୋଗ ଦେବା ପାଇଁ ଯାଇଥିବା ବେଳେ ହଠାତ ରାଗି ଯାଇ ତହସିଲଦାର ଦୁର୍ବ୍ୟବହାର କରିଥିବା ସେ କହିଛନ୍ତି । ଲୋକଙ୍କ ସମସ୍ୟା ସମାଧାନ ନେଇ ମୁଖ୍ୟମନ୍ତ୍ରୀ ମୋ ସରକାର ଯୋଜନା ଲାଗୁ କରିଛନ୍ତି। ସରକାରୀ କର୍ମଚାରୀ ଜନସାଧାରଣ ଦେଉଥିବା ଟିକସରୁ ଦରମା ପାଉଛନ୍ତି । ଏଣୁ ଲୋକଙ୍କ ସାହାଯ୍ୟ ପାଇଁ ମୋ ସରକାର ଯୋଜନା ହୋଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ଡେଲାଙ୍ଗ ତହସିଲଦାର ନିବେଦିତା ପରିଡାଙ୍କ ଖୁଲମଖୁଲା ଦୁର୍ବ୍ୟବହାର ପରେ ମୁଖ୍ୟମନ୍ତ୍ରୀ ଯୋଜନାକୁ ନେଇ ପ୍ରଶ୍ନ ଉଠିଛି ।

ମୁଖ୍ୟମନ୍ତ୍ରୀ ମୋ ସରକାରଙ୍କ ଯୋଜନାକୁ ଖୁଲମଖୁଲା ଉପହାସ କରିଥିବା ଡେଲାଙ୍ଗ ତହସିଲଦାରଙ୍କ ପ୍ରତି ରାଜ୍ୟ ସରକାର ଓ ପୁରୀ ଜିଲ୍ଲାପାଳ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ସମୟ କହିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details