ଓଡିଶା

odisha

ETV Bharat / city

ପୁରୀ ଗୋପ ଅଞ୍ଚଳରୁ ହରିଣ ଉଦ୍ଧାର - deer in gop

ଗୋପ ଭିଲିଗ୍ରାମରୁ ଏକ ହରିଣକୁ ଉଧାର । ସ୍ଥାନୀୟ ବନ ବିଭାଗ କର୍ମଚାରୀ ଖବର ପାଇବା ପରେ ହରିଣଟିକୁ ଗ୍ରାମବାସୀଙ୍କଠାରୁ ଉଧାର କରି ବାଲୁଖଣ୍ଡ ଅଭୟାରଣ୍ୟରେ ଛାଡିଦେଇଛନ୍ତି । ଅଧିକ ପଢନ୍ତୁ...

ପୁରୀ ଗୋପ ଅଞ୍ଚଳରୁ ହରିଣ ଉଦ୍ଧାର
ପୁରୀ ଗୋପ ଅଞ୍ଚଳରୁ ହରିଣ ଉଦ୍ଧାର

By

Published : Apr 22, 2020, 7:52 PM IST

ପୁରୀ: ଗୋପ ଭିଲିଗ୍ରାମରୁ ଏକ ହରିଣକୁ ଉଦ୍ଧାର କରାଯାଇଛି। ଖାଦ୍ୟ ଅନ୍ବେଷଣରେ ହରିଣଟି ଚାଲି ଆସିଥିବା ବେଳେ କୁକୁର ହାବୁଡ଼ରେ ପଡି ଯାଇଥିଲା । ତେବେ ସଠିକ୍‌ ସମୟରେ ସ୍ଥାନୀୟ ଗ୍ରାମବାସୀ ହରିଣଟିକୁ ଉଦ୍ଧାର କରିଛନ୍ତି । ଫଳରେ ହରିଣର କୌଣସି କ୍ଷତି ହୋଇ ନାହିଁ ।

ପୁରୀ ଗୋପ ଅଞ୍ଚଳରୁ ହରିଣ ଉଦ୍ଧାର

ସ୍ଥାନୀୟ ବନ ବିଭାଗ କର୍ମଚାରୀ ଖବର ପାଇବା ପରେ ହରିଣଟିକୁ ଗ୍ରାମବାସୀଙ୍କଠାରୁ ଉଦ୍ଧାର କରି ବାଲୁଖଣ୍ଡ ଅଭୟାରଣ୍ୟରେ ଛାଡିଦେଇଛନ୍ତି । ପୂର୍ବରୁ ଅନେକ ଥର ହରିଣମାନେ କୋଣାର୍କର ବାଲୁଖଣ୍ଡ ଅଭୟାରଣ୍ୟରୁ ଖାଦ୍ୟ ଓ ଜଳ ଅନ୍ବେଷଣରେ ଜନବସତିକୁ ଚାଲି ଆସୁଥିବା ଦେଖିବାକୁ ମିଳେ। କୁକୁର ହାବୁଡ଼ରେ ପଡି ହରିଣମାନେ ଆହତ ହେଉଥିବା ନଜିର ମଧ୍ୟ ରହିଛି ।

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଜଳ ଓ ଖାଦ୍ୟର ଅଭାବ ଯୋଗୁଁ ଏମିତି ବାରମ୍ବାର ଘଟଣା ଘଟୁଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଛି। ତେବେ ବନ ବିଭାଗ ପକ୍ଷରୁ ଅଭୟାରଣ୍ୟର ବିଭିନ୍ନ ଜାଗାରେ କୃତ୍ରିମ ଜଳାଶୟ ନିର୍ମାଣ ସହ ହରିଣଙ୍କ ପାଇଁ ଚାରଣ ଭୂମିର ବ୍ୟବସ୍ଥା କରିବା ଆବଶ୍ୟକତା ରହିଥିବା କୁହାଯାଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details