ପୁରୀ: କୁକୁରଙ୍କ ଆକ୍ରମଣରେ ହରିଣର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୋପ ବ୍ଳକ ନାଗପୁର ପଞ୍ଚାୟତର ଗୋଲପୁର ଗ୍ରାମରେ । ହରିଣଟି ଖାଦ୍ୟ ଓ ପାନୀୟ ଅନ୍ବେଷଣରେ ଜଙ୍ଗଲରେ ବୁଲୁଥିବା ସମୟରେ କିଛି ବୁଲା କୁକୁରଙ୍କ ଆକ୍ରମଣର ଶିକାର ହୋଇ ମୃତ୍ୟୁ ଘଟିଛି ।
କୁକୁର ଆକ୍ରମଣରେ ହରିଣ ମୃତ - ପୁରୀରେ ହରିଣ ମୃତ୍ୟୁ ଖବର
କୁକୁରମାନଙ୍କ ଆକ୍ରମଣରେ ହରିଣର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୋପ ବ୍ଳକ ନାଗପୁର ପଞ୍ଚାୟତର ଗୋଲପୁର ଗ୍ରାମରେ ।
ସୂଚନା ଅନୁସାରେ, ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ଲାଗି ରହୁଥିବା କାରଣରୁ ହରିଣମାନେ ଏବେ ଗାଁମୁହାଁ ହେଉଛନ୍ତି । ଯାହାରକି ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ । ପୁରୀ ଜିଲ୍ଲା ଗୋପ ବ୍ଳକ ନାଗପୁର ପଞ୍ଚାୟତ ଅଧିନ ଗୋଲପୁର ଗାଁକୁ ଏକ ହରିଣ ଆସିଥିବା ବେଳେ ହରିଣ ଗ୍ରାମରେ କୁକୁର ପଲ ଆକ୍ରମଣରେ ମୃତ୍ୟୁ ହୋଇଛି । କୋଣାର୍କ ବନଖଣ୍ଡ ଅଧିକାରୀଙ୍କ ପାଖରେ ଖବର ନଥିବା ବେଳେ କିଛି ଗ୍ରାମବାସୀ ମୃତ ହରିଣଟିକୁ କୁକୁର ମୁହଁରୁ ଛଡାଇଥିବା ଦେଖିବାକୁ ମିଳିଛି। ପରେ ମୃତ ହରିଣଟିକୁ କୋଣାର୍କ ବନଖଣ୍ଡ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।
ତେବେ ପ୍ରବଳ ଖରା ଯୋଗୁଁ ବାଲୁଖଣ୍ଡ ଅଭୟାରଣ୍ୟରେ ପାଣି ଓ ଖାଦ୍ୟ ବିନା ଶହଶହ ହରିଣ ଗାଁମୁହାଁ ହେଉଥିବା ସୂଚନା ମିଳିଛି । ଫଳରେ କୁକୁର ଆକ୍ରମଣରେ ହରିଣଙ୍କ ମୃତ୍ୟୁ ହୋଉଛି । ତୁରନ୍ତ ପୁରୀ ଜିଲ୍ଲା ବନଖଣ୍ଡ ଅଧିକାରୀ ହରିଣ ମାନଙ୍କ ସୁରକ୍ଷା ପାଇଁ ଜଙ୍ଗଲରେ ଖାଦ୍ୟ ଓ ପାନୀୟ ଜଳ ଯୋଗାଇବା ପାଇଁ ଦାବି ହୋଇଛି । ତେବେ ହରିଣ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଘୋର ଉଦବେଗ ପ୍ରକାଶ ପାଇଥିବା ବେଳେ ବନ ବିଭାଗ ପକ୍ଷରୁ ଉଚିତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ