ପୁରୀ:ସାଧାରଣ ଦର୍ଶନର ଦ୍ବିତୀୟ ଦିନରେ ସୁରୁଖୁରୁରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ଜିଲ୍ଲା ପ୍ରଶାସନ ପକ୍ଷରୁ କରଯାଇଥିବା ସମସ୍ତ ନିୟମ ମାନି ଭକ୍ତମାନେ ଦର୍ଶନ କରୁଛନ୍ତି । ଡବଲ ଡୋଜ ଟିକା ପ୍ରମାଣପତ୍ର ଅଥବା 96 ଘଣ୍ଟା ପୂର୍ବର କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ।
ଗତକାଲି ପ୍ରଥମ ଦିନରେ ପାଖାପାଖି 10 ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୋଲିସ ସମେତ ଅନେକ ସ୍ବେଚ୍ଛାସେବୀ ରହିଛନ୍ତି । ପ୍ରଥମ ଥର ପାଇଁ ପୁରୀ ପୋଲିସ ଆରମ୍ଭ କରିଛି QR କୋଡ଼ ମାଧ୍ୟମରେ ଭକ୍ତଙ୍କ ଫିଡବ୍ୟାକ ସଂଗ୍ରହ ଅଭଯାନ । ଯେଉଁଥିରେ ଭକ୍ତମାନେ ପ୍ରଶାସନ ପକ୍ଷରୁ ହୋଇଥିବା ବ୍ୟବସ୍ଥା ସମ୍ପର୍କରେ ନିଜର ଗଠନମୂଳକ ମତାମତ ମଧ୍ୟ ଦେଇପାରିବେ। ଯାହା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିପାରିବ ବୋଲି ପୋଲିସ କହିଛି ।