ଓଡିଶା

odisha

ETV Bharat / city

ରଥଯାତ୍ରା ନେଇ ସରକାରଙ୍କ ସ୍ପଷ୍ଟୀକରଣ ଦାବି କଲା ଦଇତପତି ନିଯୋଗ - ଆଶଙ୍କାରେ ରଥଯାତ୍ରା

ରଥଯାତ୍ରା ହେବା ନେଇ ଉଭୟ ଭକ୍ତ ଓ ସେବାୟତ ସନ୍ଦେହରେ ଥିବା କହିଛନ୍ତି ଦଇତାପତି ନିଯୋଗ ମୁଖପାତ୍ର ଗଣପତି ଦାସ ମହାପାତ୍ର । ତୁରନ୍ତ ସରକାର ଛତିସା ନିଯୋଗ ସହ ବୈଠକ ଡାକି ଆଲୋଚନା କରିବା ସହ ରଥଯାତ୍ରା ହେବା ନେଇ ସ୍ପଷ୍ଟୀକରଣ ଦେବାକୁ ଗଣପତି କହିଛନ୍ତି । ଅଧିକ ପଢନ୍ତୁ...

ଆଶଙ୍କାରେ ରଥଯାତ୍ରା, ସରକାରଙ୍କ ସ୍ପଷ୍ଟୀକରଣ ଦାବି କଲା ଦଇତପତି ନିଯୋଗ
ଆଶଙ୍କାରେ ରଥଯାତ୍ରା, ସରକାରଙ୍କ ସ୍ପଷ୍ଟୀକରଣ ଦାବି କଲା ଦଇତପତି ନିଯୋଗ

By

Published : Jun 10, 2020, 6:34 PM IST

Updated : Jun 10, 2020, 7:02 PM IST

ପୁରୀ: ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଅୟୋଜନ ହେବକି ନାହିଁ ରାଜ୍ୟ ସରକାର ଏଯାଏଁ କିଛି ସ୍ପଷ୍ଟ କରିନାହାନ୍ତି । କୋରୋନା ମହାମାରୀରେ କିଭଳି ରଥଯାତ୍ରା ଅୟୋଜନ ହେବ ଏନେଇ ଚିନ୍ତରେ ରହିଛନ୍ତି ସରକାର । ଅନ୍ୟପକ୍ଷେ କିନ୍ତୁ ବିନା ଭକ୍ତରେ ସାମାଜିକ ଦୂରତ୍ବ ରଖାଯାଇ ରଥଯାତ୍ରା ଅୟୋଜନ ନେଇ ଦଇତାପତି ନିଯୋଗ ସରକାରଙ୍କୁ ପୂର୍ବରୁ ଅବଗତ କରିସାରିଛି। ହେଲେ ପୂନର୍ବାର ରଥଯାତ୍ରା ଆୟୋଜନ ନେଇ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଛି ଦଇତାପତି ନିଯୋଗ ।

ଆଶଙ୍କାରେ ରଥଯାତ୍ରା, ସରକାରଙ୍କ ସ୍ପଷ୍ଟୀକରଣ ଦାବି କଲା ଦଇତପତି ନିଯୋଗ

ଆସନ୍ତା ଜୁନ 22 ତାରିଖ ଯାଏଁ ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି ନେଇ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇ ସରିଛି । ଜୁନ 23ରେ ରଥଯାତ୍ରା ପଡୁଥିବା ବେଳେ ସରକାର କିନ୍ତୁ ଏନେଇ କୌଣସି ନିଷ୍ପତ୍ତି ନେଇ ନହାନ୍ତି । ଫଳରେ ରଥଯାତ୍ରା ଅୟୋଜନ ହେବ କି ନାହିଁ ଏନେଇ ସନ୍ଦେହ ପ୍ରକାଶ କରିଛି ଦଇତାପତି ନିଯୋଗ ।

କୋଟି କୋଟି ଜଗନ୍ନାଥ ପ୍ରେମୀ ଏବେ ରଥଯାତ୍ରା ନେଇ ସନ୍ଦେହରେ ଥିବା ନିଯୋଗର ମୁଖପାତ୍ର ଗଣପତି ଦାସ ମହାପାତ୍ର କହିଛନ୍ତି । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେବାୟତମାନେ ବି ସନ୍ଦେହରେ ଆଛନ୍ତି । ତୁରନ୍ତ ସରକାର ରଥଯାତ୍ରା ଅୟୋଜନ ନେଇ ଛତିସା ନିଯୋଗ ବୈଠକ ଡାକି ଆଲୋଚନା କରିବା ସହ ରଥଯାତ୍ରା ହେବା ନେଇ ସ୍ପଷ୍ଟୀକରଣ ଦେବାକୁ ଦଇତାପତି ନିଯୋଗ ମୁଖପାତ୍ର କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 10, 2020, 7:02 PM IST

ABOUT THE AUTHOR

...view details