ଓଡିଶା

odisha

ETV Bharat / city

ଜଙ୍ଗଲରେ ଗଡୁଛି କଟାମୁଣ୍ଡ, ହତ୍ୟାକାଣ୍ଡ ସନ୍ଦେହ - କଟାମୁଣ୍ଡ ନେଇ ଅଭିଯୁକ୍ତ ଫେରାର

ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ସିପଶୀରୁବାଲି ଜଙ୍ଗଲରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଗାମୁଛାରେ ବନ୍ଧା ହୋଇ ପଡିରହିଛି କଟାମୁଣ୍ଡ। ଘଟଣା ଉପରୁ ପର୍ଦ୍ଦା ଉଠାଇବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଧିକ ଖବର ପଢନ୍ତୁ...

ଜଙ୍ଗଲରେ ଗଡୁଛି କଟାମୁଣ୍ଡ, ହତ୍ୟାକାଣ୍ଡ ସନ୍ଦେହ

By

Published : Nov 11, 2019, 6:32 PM IST

ପୁରୀ: ଜଙ୍ଗଲରେ ଗାମୁଛାରେ ବନ୍ଧା ହୋଇ ଗଡୁଛି କଟାମୁଣ୍ଡ। ପାଖରେ ମଦ ବୋତଲ ସହ ଏକ କଳା ରଙ୍ଗର ପ୍ୟାଣ୍ଟ୍,ନୀଳ ରଙ୍ଗର ଏକ ପଟ ଚପଲ ସହ 2 ଖଣ୍ଡ ହାଡ଼ ପଡ଼ିଥିବା ଦେଖିବାକୁ ମିଳିଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ପୁରୀ ବଳିଆପଣ୍ଡା ଥାନା ଅଧୀନସ୍ଥ ସିପଶୀରୁବାଲି ଜଙ୍ଗଲରେ। ଉକ୍ତ କଟା ମୁଣ୍ଡକୁ ଫୋପାଡି ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଗତ ଦୁଇ ଦିନ ତଳେ ସ୍ଥାନୀୟ ଅଞ୍ଚଳର ଜଣେ ବୃଦ୍ଧ ବ୍ୟକ୍ତି ଗାଈ ଚରାଉଥିବା ବେଳେ ଏହି ଘଟଣା ଦେଖିବାକୁ ପାଇଥିଲେ। ତା’ପରେ ଅନ୍ୟମାନଙ୍କୁ କହିଥିଲେ। କଟାମୁଣ୍ଡଟି ଗାମୁଛାରେ ବନ୍ଧାଯାଇଥିଲା। ଖବର ପୋଲିସ ନିକଟରେ ପହଁଞ୍ଚିବା ପୂର୍ବରୁ ରହସ୍ୟଜନକ ଭାବେ କଟା ମୁଣ୍ଡକୁ କେହି ଗାଏବ କରିଦେଇଛି।

ଯାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି। କେହି ହତ୍ୟାକାଣ୍ଡ କରି ପ୍ରମାଣ ନଷ୍ଟ କରିବା ନେଇ ଏଭଳି କାର୍ଯ୍ୟ କରିଥିବା ସନ୍ଦେହ କରାଯାଉଛି। ସେହି ସ୍ଥାନ ନିକଟରେ ମଧ୍ୟ ଅଭିଯୁକ୍ତ ମଦ୍ୟପାନ କରିଥିବା ଜଣାପଡିଛି। ଏ ଘଟଣା ସମ୍ପର୍କରେ ବଳିଆପଣ୍ଡା ପୋଲିସକୁ ଖବର ମିଳିବା ପରେ ପୋଲିସ ତତ୍ପରତା ପ୍ରକାଶ କରି ଏହାର ତଦନ୍ତ ଆରମ୍ଭ କରିଛି। ଏଭଳି ଘଟଣା ପୁରୀରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ, ଏ ଘଟଣା ପଛରେ ଥିବା କାରଣ ଉନ୍ମୋଚନ କରିବା ନେଇ ଦାବି ହୋଇଛି।

ଜଙ୍ଗଲରେ ଗଡୁଛି କଟାମୁଣ୍ଡ, ହତ୍ୟାକାଣ୍ଡ ସନ୍ଦେହ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details