ଓଡିଶା

odisha

ETV Bharat / city

ବାହୁଡା-ସୁନାବେଶ ପାଇଁ ପୁରୀରେ ଲାଗିଲା କର୍ଫ୍ୟୁ - ପୁରୀରେ କର୍ଫ୍ୟୁ

ବାହୁଡା ଓ ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ଲାଗିଲା କର୍ଫ୍ୟୁ । ରାତି ପାହିଲେ ଶ୍ରୀଜିଉଙ୍କ ବାହୁଡା ଯାତ୍ରା । ବାହୁଡ଼ା ଯାତ୍ରା ଓ ସୁନାବେଶକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢ଼ନ୍ତୁ...

ବାହୁଡା ଓ ସୁନା ବେଶ ପାଇଁ ପୁରୀରେ ଲାଗିଲା କର୍ଫ୍ୟୁ
ବାହୁଡା ଓ ସୁନା ବେଶ ପାଇଁ ପୁରୀରେ ଲାଗିଲା କର୍ଫ୍ୟୁ

By

Published : Jul 19, 2021, 10:23 PM IST

ପୁରୀ: ବାହୁଡା ଓ ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ଲାଗିଲା କର୍ଫ୍ୟୁ । ରାତି ପାହିଲେ ଶ୍ରୀଜିଉଙ୍କ ବାହୁଡା ଯାତ୍ରା । ବାହୁଡ଼ା ଯାତ୍ରା ଓ ସୁନାବେଶକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ଆଜି(ସୋମବାର) ରାତି ୮ଟାରୁ ବୁଧବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଲାଗୁ ହୋଇଛି । କର୍ଫ୍ୟୁ ସମୟରେ କେହି ଘରୁ ନବାହାରିବାକୁ ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି ।

ବାହୁଡା-ସୁନାବେଶ ପାଇଁ ପୁରୀରେ ଲାଗିଲା କର୍ଫ୍ୟୁ


ବାହୁଡା ଯାତ୍ରା ପାଇଁ ଜାରି ହୋଇଛି sop । ଏହି ନିୟମ କିପରି ଉଲ୍ଲଂଘନ ନହେବ, ସେନେଇ ପୁରୀ ଏସପିଙ୍କ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର, ଲଜ୍, ହୋଟେଲ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିକର ସର୍ଭେ କରାଯାଇଛି । ନିଜେ ଏସ୍‌ପି ଅନ୍ୟ ବିଭାଗ ଅଧିକାରୀଙ୍କ ସହ ବୁଲି ଯାଞ୍ଚ କରିଥିଲେ। ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି ।

ମହାମାରୀ କୋରନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାରେ ରଥଯାତ୍ରା ପାଳିତ ହେଉଛି । ଶକ୍ତ କଟକଣା ଯୋଗୁଁ ପୁରୀ ବାସିନ୍ଦା ମଧ୍ୟ ନିଜ ଘର ଛାତ ଉପରୁ ରଥଯାତ୍ରା ଦେଖିପାରିବେ ନାହିଁ ବୋଲି କଟକଣା ଜାରି କରି ପ୍ରଶାସନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details