ଓଡିଶା

odisha

ETV Bharat / city

ପୁରୀର ନାମ ପରିବର୍ତ୍ତନ ପ୍ରସଙ୍ଗ: ମତ ରଖିଲେ ସଂସ୍କୃତି ଗବେଷକ - ସଂସ୍କୃତି ଗବେଷକ

ପୁରୀର ନାମ ପରିବର୍ତ୍ତନ ପ୍ରସଙ୍ଗ । ପୁରୀର ନାଁ ପୁରୀ ରଖିବାକୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ କହିଥିବାବେଳେ ଅନ୍ୟ ଗବେଷକମାନେ ଭିନ୍ନ ମତ ରଖିଛନ୍ତି । ଅଧିକ ପଢନ୍ତୁ...

ପୁରୀର ନାମ ପରିବର୍ତ୍ତନ ପ୍ରସଙ୍ଗ: ମତ ରଖିଲେ ସଂସ୍କୃତି ଗବେଷକ
ପୁରୀର ନାମ ପରିବର୍ତ୍ତନ ପ୍ରସଙ୍ଗ: ମତ ରଖିଲେ ସଂସ୍କୃତି ଗବେଷକ

By

Published : Nov 7, 2021, 7:07 PM IST

ଭୁବନେଶ୍ବର: ପୁରୀର ନାମ ପରିବର୍ତ୍ତନକୁ ନେଇ ସାରା ରାଜ୍ୟରେ ସୃଷ୍ଟି ହୋଇଛି ହଟଚମଟ । ଏଭଳି ସ୍ଥିତିରେ ଗୋଟିଏ ପଟେ ପୁରୀର ନାଁ ଜଗନ୍ନାଥ ଧାମ ରଖିବାକୁ ଦାବି ହେଉଥିବା ବେଳେ ଅନ୍ୟପଟେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏହାକୁ ବିରୋଧ କରି ପୁରୀର ନାଁ ପୁରୀ ରଖିବାକୁ କହିଛନ୍ତି ।

ପୁରୀର ନାମ ପରିବର୍ତ୍ତନ ପ୍ରସଙ୍ଗ: ମତ ରଖିଲେ ସଂସ୍କୃତି ଗବେଷକ

ଏନେଇ ସଂସ୍କୃତି ଗବେଷକ ଓ କବିଙ୍କ ମଧ୍ୟ ଭିନ୍ନ ଭିନ୍ନ ମତ ଆସିଛି । ପୁରୀକୁ ସାରା ବିଶ୍ବ ପୁରୀ ବୋଲି ଜାଣିଛନ୍ତି ତାହା ହିଁ ଯଥେଷ୍ଟ । ସେହିପରି ପୁରୀର ନାଁକୁ ଜଗନ୍ନାଥ ଧାମ କରାଗଲେ ଏହା ଜଗନ୍ନାଥ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ହେବ ବୋଲି ମତ ଆସିଛି । ସେପଟେ ପୁରୀ ଏକ ଐତିହାସିକ ନାଁ, ଏଣୁ ଏହାକୁ ନ ବଦଳାଇ ପୂର୍ବପରି ରଖିବାକୁ ମଧ୍ୟ କିଛି ମତ ରଖିଛନ୍ତି ।

ଅନ୍ୟପଟେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପାଇଁ ମଧ୍ୟ ରଖିଛନ୍ତି ମତ । ଏହା ଆଇନ ବିଭାଗ କାମ ଏଥିରେ ଆମର କିଛି କହିବାର ନାହିଁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details