ଓଡିଶା

odisha

ETV Bharat / city

Jagannath Temple Parikrama Project: 100 ମିଟର ବାହାରେ ହେବ ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର - 100 ମିଟର ବାହାରେ ହେବ ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର 100 ମିଟର ବାହାରେ ହେବ ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର । ଗଜପତି ଦିବ୍ୟ ସିଂ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା କଲଚରାଲ ଆଡଭାଇଜରୀ କମିଟି ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

By

Published : May 12, 2022, 5:03 PM IST

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର 100 ମିଟର ବାହାରେ ହେବ ଶ୍ରୀ ଜଗନ୍ନାଥ ରିସେପସନ ସେଣ୍ଟର । ଗଜପତି ଦିବ୍ୟ ସିଂ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା କଲଚରାଲ ଆଡଭାଇଜରୀ କମିଟି ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର 100 ମିଟର ବାହାରେ ହେବ ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର । ଏହି ନିର୍ମାଣ ଶୈଳୀରେ ଅଧ୍ୟାତ୍ମିକ ଭାଗ ରହିବା ଭଳି ନିର୍ମାଣ କାର୍ଯ୍ୟ ହେବ । ତେବେ ଏହାର ନିର୍ମାଣ ଶୈଳୀ ଶ୍ରୀମନ୍ଦିରର ଦୃଶ୍ୟମାନ ଉପରେ ଯେପରି କୌଣସି ପ୍ରଭାବ ପଡିବନି ସେ ଦିଗରେ ଦୃଷ୍ଟି ଦିଆଯିବ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, 100 ମିଟର ବାହାରେ ହେବ ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର

ଗତ କାଲି obcc ର ସମ୍ମିଳନୀ କକ୍ଷରେ ଏହି ବୈଠକ ବସିଥିଲା । ଏହି ବୈଠକରେ ପୁରୀ ଜିଲ୍ଲାପାଳ ସମେତ ପ୍ରତ୍ନତ୍ତ୍ବବିଦ , ମଠ ମହନ୍ତ ଯୋଗ ଦେଇଥିଲେ । ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଉଟର ଆକ୍ସେସ ରୋଡର ନିର୍ମାଣ ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରେସ ରିଲିଜରେ ଏହି ସୂଚନା ଦିଆଯାଇଛି ।

ପରିକ୍ରମା ପ୍ରକଳ୍ପ ନେଇ ପ୍ରଶାସନର ପ୍ରେସବାର୍ତ୍ତା

  • ସାଂସ୍କୃତିକ ଉପଦେଷ୍ଟା କମିଟି ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି
  • ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି
  • ରେଗୁଲେଟ୍ ଜୋନରେ ହେବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା ଗୃହ
  • 100 ମିଟର ନିଷିଦ୍ଧାଞ୍ଚଳ ପରିବର୍ତ୍ତେ ରେଗୁଲେଟ୍ ଜୋନରେ ହେବ
  • ଆଉଟଡୋର ଆସେସ୍ ରୋଡ୍ ପାଇଁ ଜମି ଅଧିଗ୍ରହଣ କରାଯାଇ ବିକାଶ କରାଯିବ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details