ପୁରୀ: ପୁରୀ ସହରରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାଷ୍ଟ୍ରାୟତ୍ତ ଆଲୁମିନିୟମ କମ୍ପାନୀ ନାଲକୋ ପକ୍ଷରୁ ଜିଲ୍ଲା ପ୍ରଶାସନକୁ 5ଟି ବ୍ୟାଟେରୀ ଚାଳିତ ଗାଡି ପ୍ରଦାନ କରାଯାଇଛି। ଏହା ସହ ପୁରୀ ପୋଲିସକୁ ନାଲକୋ ଏକ ପିସିଆର ଭ୍ୟାନ ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମରେ ନାଲକୋ ସିଏମଡି ତପନ ଚାନ୍ଦଙ୍କ ସମେତ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ। ଆଗାମୀ ଦିନରେ ମଧ୍ୟ ପର୍ଯ୍ୟଟକ ଓ ପୁରୀ ବାସିନ୍ଦାଙ୍କ ସୁବିଧା ନେଇ ନାଲକୋ ନିଜର ସିଏସଆର କାର୍ଯ୍ୟକ୍ରମ ଚାଲୁ ରଖିବ ବୋଲି ନାଲକୋ ସିଏମଡି କହିଛନ୍ତି।
ନାଲକୋର ସିଏସଆର କାର୍ଯ୍ୟକ୍ରମ - CSR Programme by NALCO
ରାଷ୍ଟ୍ରାୟତ୍ତ ଆଲୁମିନିୟମ କମ୍ପାନୀ ନାଲକୋ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନକୁ 5ଟି ବ୍ୟାଟେରୀ ଚାଳିତ ଗାଡି ସହ ଏକ ପିସିଆର ଭ୍ୟାନ ପ୍ରଦାନ କରାଯାଇଛି।
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ