ପୁରୀ: କୋରୋନା ମହାମାରୀର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକଡାଉନ୍ ପଞ୍ଚମ ଦିନରେ ପହଞ୍ଚିଛି । କୋଭିଡ୍ କଟକଣାକୁ ପାଳନ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
୨୪,୯୧୭ ଜଣ ଅମାନିଆଙ୍କ ଠାରୁ ମାସ୍କ ପିନ୍ଧିନଥିବା ଅଭିଯୋଗରେ ଫାଇନ ସହ ସାମାଜିକ ଦୂରତ୍ୱ ଓ କୋଭିଡ କଟକଣା ଉଲ୍ଲଘଂନ ଅଭିଯୋଗରେ ୨୪୮ଟି ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ୍ କରାଯାଇଛି । କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ୪୦ ଜଣ ପୋଲିସ କର୍ମଚାରୀ କୋରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଜଣେ ହାବିଲଦାର ସହିଦ ହୋଇଛନ୍ତି ।