ଓଡିଶା

odisha

By

Published : Sep 30, 2020, 8:05 AM IST

ETV Bharat / city

ପୁରୀରେ କୋଭିଡ ମୃତ୍ୟୁ 54 ଛୁଇଁଲା, 24 ଘଣ୍ଟାରେ 178 ପଜିଟିଭ୍

ହୁ ହୁ ହୋଇ ବଢି ଚାଲିଛି କୋରୋନା । ସେହିପରି ତାଳ ଦେଇ ବଢୁଛି ମୃତ୍ୟୁ ସଂଖା । ଦିନେ କି ଦୁଇ ଦିନ ଭିତରେ ପୁରୀ ଜିଲ୍ଲାର କୋଭିଡ ପଜିଟିଭ ସଂଖା 10 ହଜାର ଟପିବ । ପୁରୀରେ କୋଭିଡ ମୃତ୍ୟୁ 54 ଛୁଇଁଥିବା ବେଳେ ଗତ 24 ଘଣ୍ଟାରେ 178 ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ପୁରୀରେ କୋଭିଡ ମୃତ୍ୟୁ 54 ଛୁଇଁଲା, 24 ଘଣ୍ଟାରେ 178 ପଜିଟିଭ୍
ପୁରୀରେ କୋଭିଡ ମୃତ୍ୟୁ 54 ଛୁଇଁଲା, 24 ଘଣ୍ଟାରେ 178 ପଜିଟିଭ୍

ପୁରୀ: ହୁ ହୁ ହୋଇ ବଢି ଚାଲିଛି କୋରୋନା। ସେହିପରି ତାଳ ଦେଇ ବଢୁଛି ମୃତ୍ୟୁ ସଂଖା । ଦିନେ କି ଦୁଇ ଦିନ ଭିତରେ ପୁରୀ ଜିଲ୍ଲାର କୋଭିଡ ପଜିଟିଭ ସଂଖା 10 ହଜାର ଟପିବ। ଗତ 24 ଘଣ୍ଟା ରେ ନୂଆ 178 ଜଣ କୋଭିଡ ପଜିଟିଭ ବାହାରିଛନ୍ତି ଏବଂ 2 ଜଣଙ୍କ ଜୀବନ ବି ଯାଇଛି। ଜିଲ୍ଲାରେ ମୋଟ କୋଭିଡ ପଜେଟିଭ ସଂଖା 9882 ରେ ପହଁଞ୍ଚି ଥିବା ବେଳେ ଏହା 10 ହଜାର ଅତିକ୍ରମ କରିବା ଦିଗରେ ଆଗେଇ ଚାଲିଛି।

ପୁରୀରେ କୋଭିଡ ମୃତ୍ୟୁ 54 ଛୁଇଁଲା, 24 ଘଣ୍ଟାରେ 178 ପଜିଟିଭ୍

କୋଭିଡ ରେ ପୁରୀ ଜିଲ୍ଲାରେ ମୃତ୍ୟୁ ସଂଖା 50 ଟପି ଯାଇଥିବା ବେଳେ ଏହି ସଂଖା 54ରେ ପହଞ୍ଚିଛି। ତେବେ ଜିଲ୍ଲାରେ ମୋଟ 1551ଟି ଆକ୍ଟିଭ କେସ ଥିବା ବେଳେ 8277 ଜଣ ଡିସ ଚାର୍ଜ ହୋଇ ଛନ୍ତି।

ସେହିପରି 90821ଟି ଆଜି ପର୍ଯ୍ୟନ୍ତ ନମୂନା ସଂଗ୍ରହ ହୋଇ ଟେଷ୍ଟ ହୋଇଛି। ଜିଲ୍ଲାରେ 83.75 ପ୍ରତିଶତ ଆରୋଗ୍ୟ ହାର ରହିଛି। ତେବେ ପୁରୀ ଜିଲ୍ଲାରେ ପୁରୀ ପୌରପାଳିକାରେ ସବୁଠୁ ଅଧିକ 3303 ଜଣ କୋଭିଡରେ ସଂକ୍ରମିତ ହୋଇଛନ୍ତି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details