ପୁରୀ: ରାଜ୍ୟରେ ବଢି ଚାଲିଛି ମହାମାରୀ କୋରୋନା । ଏପରିସ୍ଥିତିରେ ପୁରୀ ଜିଲ୍ଲାରେ ନୂଆ 387 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନର ଚିନ୍ତା ବଢିଯାଇଛି । ଏନେଇ ଜନସାଧାରଣକୁ ଅଧିକ ସତର୍କ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ।
ପୁରୀ ଜିଲ୍ଲାରେ 5 ହଜାର ଟପିଲା କୋଭିଡ ସଂଖା ଜିଲ୍ଲାପାଳ କହିଛନ୍ତି ଅନଲକ 4ରେ ଜୀବନ ଜୀବିକାକୁ ସ୍ବଭାବିକ କରିବା ପାଇଁ କୋଭିଡ କଟକଣା କୋହଳ ହୋଇଛି । ତେବେ ଜୀବିକା ଯେତିକି ଗୁରୁତ୍ବପୂର୍ଣ୍ଣ ଜୀବନ ମଧ୍ୟ ସେତିକି ମୂଲ୍ୟବାନ । ଏଣୁ ଘରୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧି ଯିବା ସହ କୋଭିଡ ଗାଇଡ଼ଲାଇନକୁ କଡାକଡି ପାଳନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ପୁରୀ ଜିଲ୍ଲାରେ 5 ହଜାର ଟପିଲା କୋଭିଡ ସଂଖା ସେହିପରି କୌଣସି ଲକ୍ଷଣ ଦେଖା ଦେଲେ ନିକଟସ୍ଥ ହସ୍ପିଟାଲକୁ ଯୋଗାଯୋଗ କରିବାକୁ କୁହାଯାଇଛି । ପୁରୀ ଜିଲ୍ଲାରେ ଗତ 24 ଘଣ୍ଟା ଭିତରେ 387 ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ପଜିଟିଭ ସଂଖା 5 ହଜାର ଟପିଛି । ବର୍ତ୍ତମାନ ପୁରୀରେ ମୋଟ କୋରୋନା ପଜିଟିଭ ମାମଲା 5227ରେ ପହଞ୍ଚିଛି । ସେହିପରି ଏବେସୁଦ୍ଧା ଜିଲ୍ଲାରେ 20 ଜଣଙ୍କର କୋଭିଡରେ ମୃତ୍ୟୁ ହୋଇ ଥିବା ବେଳେ 1313ଟି ସକ୍ରିୟ ମାମଲା ରହିଛି । ଏପର୍ଯ୍ୟନ୍ତ 67, 896ଟି ନମୁନା ସଂଗ୍ରହ ହୋଇ ଟେଷ୍ଟ ହୋଇଥିବା ବେଳେ ପୁରୀ ପୌରାଞ୍ଚଳରେ ସର୍ବାଧିକ 1829 ଜଣ କୋଭିଡରେ ସଂକ୍ରମିତ ହୋଇଛନ୍ତି ।
ପୁରୀ ଜିଲ୍ଲାରେ 5 ହଜାର ଟପିଲା କୋଭିଡ ସଂଖା ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ