ପୁରୀ: ଦେଶରେ କମୁଛି, ହେଲେ ରାଜ୍ୟରେ ଥମୁନି କୋରୋନା ସଂକ୍ରମଣ । ଜୀବନ ଅସ୍ତବ୍ୟସ୍ତ କରି ଦେଲାଣି କୋରୋନାର ଦ୍ବିତୀୟ ଲହର । ରାଜ୍ୟରେ ମୋଟ 26ଟି କୋଭିଡ ସେଣ୍ଟର ଥିବା ବେଳେ 7ଟି ରହିଛି ହେଲ୍ଥ ସେଣ୍ଟର । ତଥାପି କୋରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏହାର ସଂଖ୍ୟା ବଢାଇବାର ରିହିଛି ଆବଶ୍ୟକତା । ଏପଟେ ପୁରୀ ଜିଲ୍ଲାରେ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କୋଭିଡ ସଂକ୍ରମଣ । ଯାହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରୁଛି ଜିଲ୍ଲା ପ୍ରଶାସନ । ପୁରୀରେ ଏବେ ଦୁଇଟି ରହିଛି ଡେଡ଼ିକେଟେଡ଼ କୋଭିଡ ହସ୍ପିଟାଲ । ଗୋଟିଏ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ଅନ୍ୟଟି ଆଇଡିଏଚ ହସ୍ପିଟାଲ । ଏହି ଦୁଇଟି ହସ୍ପିଟାଲରେ 190 ଟି ବେଡ଼ ଥିବା ବେଳେ 15 ଟି ରହିଛି icu । ସେହିପରି ସମ ହସ୍ପିଟାଲ ତତ୍ବାବଧାନରେ ପୁରୀରେ ଥିବା ଜଗନ୍ନାଥ ମେଡ଼ିକାଲ କଲେଜକୁ କୋଭିଡ ହସ୍ପିଟାଲରେ କରାଯାଇଛି ରୂପାନ୍ତରିତ । ସେଠାରେ 90 ବେଡ଼ ସମେତ 20 icu ବେଡ଼ ଓ 40 ଟି ସେମି icu ବେଡ଼ର ହୋଇଛି ବ୍ୟବସ୍ଥା । ମେ ମାସ ତୃତୀୟ ସପ୍ତାହରୁ ଏହି ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ହେବ କାର୍ଯ୍ୟକ୍ଷମ । ତେବେ ପ୍ରଶାସନର ଏଭଳି ବ୍ୟବସ୍ଥାକୁ ବୁଦ୍ଧିଜୀବୀ ସ୍ବାଗତ କରିଥିଲେ ମଧ୍ୟ ଆଵଶ୍ୟକ ସଂଖ୍ୟକ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ନିୟୋଜିତ କଲେ ହିଁ ଏହି ସବୁ ଯୋଜନା ସଫଳ ହେବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।
ବଢୁଛି କୋରୋନା, କେତେ ପ୍ରସ୍ତୁତ ପୁରୀ ? - ମହାମାରୀ କୋରୋନା
ପୁରୀ ଜିଲ୍ଲାରେ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କୋଭିଡ ସଂକ୍ରମଣ । ଯାହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରୁଛି ଜିଲ୍ଲା ପ୍ରଶାସନ । ପୁରୀରେ ଏବେ ଦୁଇଟି ରହିଛି ଡେଡ଼ିକେଟେଡ଼ କୋଭିଡ ହସ୍ପିଟାଲ । ଅଧିକ ପଢନ୍ତୁ...

ବଢୁଛି କୋରୋନା, କେତେ ପ୍ରସ୍ତୁ ପୁରୀ ?
ବଢୁଛି କୋରୋନା, କେତେ ପ୍ରସ୍ତୁ ପୁରୀ ?
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ