ପୁରୀ:ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମଣ । ଏନେଇ କୋଭିଡ କଟକଣାକୁ ରାଜ୍ୟରେ ଜୋରଦାର ପାଳନ କରାଯାଇଛି । ପୁରୀ ସହରରେ ପରିବା ମାର୍କେଟରେ କୋଭିଡ କଟକଣା ଲାଗୁ କରିଛି ପ୍ରଶାସନ । ଗହଳି କମାଇବା ପାଇଁ ବଡଶଙ୍ଖ ପରିବା ମାର୍କେଟରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ମେଡିକାଲ ଛକରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡରେ ଚିହ୍ନ ଦିଆଯାଇ ଉଠା ଦୋକାନୀଙ୍କୁ ବସାଯାଇଛି। ଯେଉଁ ଗ୍ରାହକମାନେ ଆସିବେ ସେମାନେ ସାମାଜିକ ଦୂରତା ରଖି ସାମଗ୍ରୀ କିଣିବେ । ତେବେ ଯେଉଁ ଦୋକାନୀ ଏହି କଟକଣା ଖିଲାପ କରିବେ ।
ପୁରୀ ପରିବା ମାର୍କେଟରେ କେମିତି ଚାଲିଛି କୋଭିଡ କଟକଣା, ଦେଖନ୍ତୁ ଆକାଶମାର୍ଗରୁ ଦୃଶ୍ୟ - ପୁରୀ ଖବର
ବଢୁଛି ସଂକ୍ରମଣ । ପରିବା ମାର୍କେଟରେ କୋଭିଡ କଟକଣା କଡାକଡି ଲାଗୁ । ଅଧିକ ପଢନ୍ତୁ....
ପରିବା ମାର୍କେଟରେ କୋଭିଡ କଟକଣା କଡାକଡି ଲାଗୁ
ତାଙ୍କ ଠାରୁ ଫାଇନ ଆଦାୟ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ପୁରୀରେ କୋଭିଡ ସଂକ୍ରମଣ ବଢିବା ପରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ନେଇ କଟକଣା କରାଯାଇଛି । ସେହିପରି ସ୍ଵର୍ଗଦ୍ବାରରେ ପୁରୀ ଜିଲ୍ଲା ବାହାରୁ ଶବ ସତ୍କାର ନେଇ କଟକଣା କରାଯାଇଛି । ପୁରୀ କୋଭିଡ ଗାଇଡ ଲାଇନକୁ ପ୍ରଶାସନ କଡାକଡି ଲାଗୁ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ