ଓଡିଶା

odisha

ETV Bharat / city

ବାଲୁକାକଳାରେ ବାର୍ତ୍ତା; ମାସ୍କ ପିନ୍ଧ, ସୁରକ୍ଷିତ ରୁହ

ଦିନକୁ ଦିନ ଭୟଙ୍କର ହେଉଛି କୋଭିଡ ସଂକ୍ରମଣ । କୋଭିଡ ଗାଇଡ଼ ଲାଇନ ଠିକରେ ଲୋକମାନେ ପାଳନ କରୁନଥିବା ହେତୁ ଏଭଳି ଅବସ୍ଥା ହୋଇଥିବା କୁହାଯାଇଛି । ଅଧିକ ଖବର ପଢନ୍ତୁ...

ବାଲୁକାକଳାରେ ବାର୍ତ୍ତା; ମାସ୍କ ପିନ୍ଧ ସୁରକ୍ଷିତ ରୁହ
ବାଲୁକାକଳାରେ ବାର୍ତ୍ତା; ମାସ୍କ ପିନ୍ଧ ସୁରକ୍ଷିତ ରୁହ

By

Published : Jul 20, 2020, 4:30 PM IST

ପୁରୀ: ଦିନକୁ ଦିନ ଭୟଙ୍କର ହେଉଛି କୋଭିଡ ସଂକ୍ରମଣ । କୋଭିଡ ଗାଇଡ଼ ଲାଇନ ଠିକରେ ଲୋକମାନେ ପାଳନ କରୁନଥିବା ହେତୁ ଏଭଳି ଅବସ୍ଥା ହୋଇଥିବା କୁହାଯାଇଛି । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଯାହାକି ବୈଜ୍ଞାନିକ ମାନେ କହୁଛନ୍ତି ଲୋକମାନେ ଘରୁ ବାହାରିବା ବେଳେ ସଠିକ ଭାବେ ନାକ ଓ ପାଟିକୁ ଘୋଡାଇ ରଖିବା ପାଇଁ ଭଲରେ ମାସ୍କ ପିନ୍ଧିବା ଜରୁରୀ ।

ବାଲୁକାକଳାରେ ବାର୍ତ୍ତା; ମାସ୍କ ପିନ୍ଧ ସୁରକ୍ଷିତ ରୁହ

ଏହା ଦ୍ବାରା 90 ପ୍ରତିଶତ ସଂକ୍ରମଣ ରୋକିହେବ । ତେବେ ସମସ୍ତେ ସଠିକ ଭାବେ ମାସ୍କ ପିନ୍ଧିବା ପାଇଁ ଅପିଲ କରିଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ସୁନ୍ଦର ବଲୁକାକଳା କରି ଭଲ ଭାବେ ସଠିକ ଭାବେ ମାସ୍କ ପିନ୍ଧି କୋଭିଡ 19 ବିରୋଧରେ ସମସ୍ତେ ଲଢେଇ ଜାରି ରଖିବାକୁ ସେ ଆହ୍ବାନ ଦେଇଛନ୍ତି ।

ଏଥିସହ ହାତ ଧୋଇବା ଓ ପରିଷ୍କାର ପରିଚ୍ଛନ୍ନତା ରଖିବା ପାଇଁ ମଧ୍ୟ ବାର୍ତ୍ତା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details