ଓଡିଶା

odisha

ETV Bharat / city

କୋରୋନା ଯୋଦ୍ଧାଙ୍କୁ ମିଳୁଛି ନିମ୍ନମାନର ଖାଦ୍ୟ: ବାହାରୁଛି ପୋକ ଓ ରବର - କୋଭିଡ କେୟାର

ପୁରୀର ବିଭିନ୍ନ କୋଭିଡ କେୟାର ହସ୍ପିଟାଲରେ ନିମ୍ନମାନର ଖାଦ୍ୟ ମିଳୁଥିବା ନେଇ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀମାନେ ଅଭିଯୋଗ କରିଛନ୍ତି ।

କୋରୋନା ଯୋଦ୍ଧାଙ୍କୁ ମିଳୁଛି ନିମ୍ନମାନର ଖାଦ୍ୟ
କୋରୋନା ଯୋଦ୍ଧାଙ୍କୁ ମିଳୁଛି ନିମ୍ନମାନର ଖାଦ୍ୟ

By

Published : Jul 19, 2020, 9:49 AM IST

ପୁରୀ: କୋରୋନା ଯୋଦ୍ଧାଙ୍କୁ ଖାଦ୍ୟ ବଦଳରେ ମିଳୁଛି ଅଖାଦ୍ୟ । ପୁରୀ କୋଭିଡ କେୟାର ସେଣ୍ଟରରେ କୋରୋନା ଯୋଦ୍ଧା ଓ ଆକ୍ରାନ୍ତଙ୍କ ଖାଦ୍ୟରୁ ବାହାରୁଛି ଚୁଟି, ରବର ଓ ପୋକ । ଅତି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ପୁରୀର ଏକାଧିକ କୋଭିଡ କେୟାର ସେଣ୍ଟରର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀ ଅଭିଯୋଗ ଆଣିଛନ୍ତି ।

କୋରୋନା ଯୋଦ୍ଧାଙ୍କୁ ମିଳୁଛି ନିମ୍ନମାନର ଖାଦ୍ୟ
କୋରୋନା ଯୋଦ୍ଧାଙ୍କୁ ମିଳୁଛି ନିମ୍ନମାନର ଖାଦ୍ୟ

ସେଣ୍ଟରରେ ଦିଆଯାଉଥିବା ଭାତ, ଡାଲି ଓ ତରକାରୀରୁ ପୋକ ବାହାରୁଥିବାରୁ ଏଭଳି ନିମ୍ନମାନର ଖାଦ୍ୟ ପାଇଁ ପ୍ରଶ୍ନ ଉଠାଇଛନ୍ତି । ଏନେଇ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ ଲିଖିତ ଅଭିଯୋଗ ଆଣିଛନ୍ତି । ପୁରୀର ଶ୍ରୀଜଗନ୍ନାଥ କୋଭିଡ୍ କେୟାର ସେଣ୍ଟର, ଗୋପବନ୍ଧୁ ଆୟୁର୍ବେଦ କୋଭିଡ୍ କେୟାର ସେଣ୍ଟର ଓ ଆଇଡିଏଚ କୋଭିଡ୍ ସେଣ୍ଟରରେ କୋଭିଡ ଯୋଦ୍ଧା ଓ ଆକ୍ରାନ୍ତମାନଙ୍କୁ ଏପରି ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହାସହିତ କୋଭିଡ କେୟାର ସେଣ୍ଟର ନାନାଦି ପ୍ରକାର ଅସୁବିଧା ନେଇ ମଧ୍ୟ ସିଡିଏମଓଙ୍କୁ ଅଭିଯୋଗ କରାଯାଇଛି।

କୋରୋନା ଯୋଦ୍ଧାଙ୍କୁ ମିଳୁଛି ନିମ୍ନମାନର ଖାଦ୍ୟ
କୋରୋନା ଯୋଦ୍ଧାଙ୍କୁ ମିଳୁଛି ନିମ୍ନମାନର ଖାଦ୍ୟ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details