ଓଡିଶା

odisha

ETV Bharat / city

କୋରାନା ଭୟ: କୁକୁଡ଼ା କିଲୋ 10 ଟଙ୍କା, ଚାଷୀ ହତାଶ

କୋଣାର୍କ ଓ ଗୋପ ଅଞ୍ଚଳରେ କୁକୁଡ଼ା ଚାଷୀ କୁକୁଡ଼ା କିଲୋ ପିଛା 10ରୁ 20 ଟଙ୍କାରେ ବିକ୍ରି କରୁଛନ୍ତି। ଅଧିକ ପଢନ୍ତୁ...

By

Published : Mar 9, 2020, 11:57 PM IST

କୁକୁଡ଼ା କିଲୋ 10 ଟଙ୍କା, ଚାଷୀ ହତାଶ
କୁକୁଡ଼ା କିଲୋ 10 ଟଙ୍କା, ଚାଷୀ ହତାଶ

ପୁରୀ: କୁକୁଡ଼ା ଦାନା ନମିଳିବାରୁ ଶସ୍ତାରେ ବିକ୍ରି ହେଉଛି କୁକୁଡ଼ା। କୋଣାର୍କ ଓ ଗୋପ ଅଞ୍ଚଳରେ କୁକୁଡ଼ା ଚାଷୀ କୁକୁଡ଼ା କିଲୋ ପିଛା 10ରୁ 20 ଟଙ୍କାରେ ବିକ୍ରି କରୁଛନ୍ତି। କୁକୁଡ଼ା ଗୁଡିକ ଦାନା ନପାଇ ମରିଯିବା ଆଶଙ୍କାରେ କ୍ଷତିକୁ ଦେଖି କୁକୁଡ଼ା ଚାଷୀ ଅତି ଶସ୍ତାରେ କୁକୁଡ଼ା ବିକ୍ରି କରୁଛନ୍ତି।

କୁକୁଡ଼ା କିଲୋ 10 ଟଙ୍କା, ଚାଷୀ ହତାଶ

ସେପଟେ ସରକାର ଏଥିରେ ହସ୍ତକ୍ଷେପ ନକଲେ କୁକୁଡ଼ା ଚାଷୀ ବିପୁଳ କ୍ଷତି ସହିବା ସହ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି। କୁକୁଡ଼ା ଚାଷୀ ଆଶଙ୍କା କରିଛନ୍ତି କୋରୋନା ଭାଇରସ ଯୋଗୁଁ ଚାଇନାର ବଜାର ବନ୍ଦ ହୋଇଯିବା ପରେ କୁକଡ଼ା କମ୍ପାନୀ ଆଉ ଦାନା କ୍ରୟ କରି ପାରୁନହାଁନ୍ତି। ତେଣୁ କୁକୁଡ଼ା ରଖୁଥିବା ଫାର୍ମର ମାଲିକ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି।

ଅନ୍ୟପଟେ ଦାନା ନଦେବାରୁ ଅନେକ ସଂଖ୍ୟାରେ କୁକଡ଼ା ମଡକ ମଧ୍ୟ ଦେଖା ଦେଇଛି। କୁକଡ଼ା ଫାର୍ମର ମାଲିକ ବାଧ୍ୟ ହୋଇ କୁକୁଡ଼ା କିଲୋ ପ୍ରତି 10 ଟଙ୍କାରୁ 20 ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିବା ଫାର୍ମର ମାଲିକ କହିଛନ୍ତି। ଏହାସହ କୁକୁଡ଼ା ଏତେ ଶସ୍ତାରେ ମିଳୁଥିବା ଜାଣି ସକାଳୁ ସକାଳୁ କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳର ହୋଟେଲ ମାଲିକ, କୁକଡ଼ା ବ୍ୟବସାୟୀ ଓ ଗ୍ରାହକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details