ପୁରୀ: ପୁରୀ ଜିଲ୍ଲାରେ ସମୁଦ୍ର ଉପକୂଳ 140 କିଲୋମିଟର ରହିଛି। ଏହି ରାସ୍ତା ଦେଇ ରାଜ୍ୟ ବାହାରୁ କୌଣସି ଲୋକ ଯେଭଳି ପୁରୀ ଜିଲ୍ଲାରେ ପ୍ରବେଶ ନ କରନ୍ତି ସେ ନେଇ ପୁରୀ ଜିଲା ପ୍ରଶାସନ ସତର୍କ ହୋଇଛି। କାରଣ କିଛି ଦିନ ତଳେ ଆନ୍ଧ୍ର ପ୍ରଦେଶରୁ କିଛି ବ୍ୟକ୍ତି ବୋଟରେ ସମୁଦ୍ର ଦେଇ ଗଞ୍ଜାମ ଜିଲାକୁ ପ୍ରବେଶ କରିଥିଲେ।
ଏଣୁ କୋରୋନା ବ୍ୟାପିକା ଆଶଙ୍କାକୁ ଦେଖି ମତ୍ସ୍ୟ ବିଭାଗ ଓ ମେରାଇନ ପୋଲିସକୁ ସତର୍କ କରାଯାଇଛି। ଏହି ବିଭାଗର ଅଧିକାରୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ମତ୍ସ୍ୟଜୀବିଙ୍କ ସମ୍ପର୍କ ରଖି ଏହି କାର୍ଯ୍ୟ କରିବେ। ସେହିପରି କୌଣସି ବ୍ୟକ୍ତି ଯଦି ସମୁଦ୍ର ପଟେ ଆସୁଛନ୍ତି ତୁରନ୍ତ ଖବର ଦେବାକୁ ମତ୍ସ୍ୟଜୀବିଙ୍କୁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଅନୁରୋଧ କରିଛନ୍ତି।