ଓଡିଶା

odisha

By

Published : Jun 19, 2021, 7:50 AM IST

ETV Bharat / city

ଦାୟିତ୍ୱରେ ଅବହେଳା ପାଇଁ ଗଲା ପଦବୀ

କଠୋର ହେଲେ ଜିଲ୍ଲାପାଳ । ଧାନକିଣାରେ ଅବହେଳା ଯୋଗୁଁ ନିଲମ୍ବନ ହେଲେ ପ୍ରଗତି ସମବାୟ ସମିତି ସମ୍ପାଦକ । ଅଧିକ ପଢନ୍ତୁ...

Cooperative Society Editor suspended by puri collector
ଦାୟିତ୍ୱରେ ଅବହେଳା ପାଇଁ ଗଲା ପଦବୀ

ପୁରୀ: ଦାୟିତ୍ବରେ ଅବହେଳା ପାଇଁ ନିଲମ୍ବନ ହେଲେ ପ୍ରଗତି ସମବାୟ ସମିତି ସମ୍ପାଦକ ବାଙ୍ଗୁ ରାଉତରାୟ । ସମବାୟ ସମିତି ସମ୍ପାଦକଙ୍କୁ ନିଲମ୍ବନ କଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଚାଷୀଙ୍କ ଧାନ ମଣ୍ଡିରେ ସଠିକ ଭାବେ କିଣାଯାଇ ପାରୁନଥିଲା ।

ଯାହାକୁ ନେଇ ଚାଷୀ ରାଜରାସ୍ତାରେ ବିକ୍ଷୋଭ କରୁଥିବା ବେଳେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପ୍ରଗତି ସମବାୟ ସମିତିର ସମ୍ପାଦକ ବାଙ୍ଗୁ ରାଉତରାୟ ନିଜ ଦାୟିତ୍ବ ସମ୍ପାଦନ କରିବାରେ ଅବହେଳା କରିଥିବାରୁ ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଛନ୍ତି । ସେପଟେ ସିଂବ୍ରହ୍ମପୁର ସମବାୟ ସମିତିର ସମ୍ପାଦକ ଧନେଶ୍ବର ପ୍ରଧାନଙ୍କୁ ପ୍ରଗତି ସମବାୟ ସମିତିର ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details