ଓଡିଶା

odisha

ETV Bharat / city

ନାଗାର୍ଜୁନ ବେଶ ସାମଗ୍ରୀ ବିବାଦ:ସଂଗ୍ରହାଳୟ ବଦଳରେ ଗଲା ସେବାୟତଙ୍କ ଗୃହକୁ - ସଂଗ୍ରହାଳୟ ବଦଳରେ ଗଲା ସେବାୟତଙ୍କ ଗୃହକୁ

ନାଗାର୍ଜୁନ ବେଶର ସାମଗ୍ରୀକୁ ନେଇ ମୁଣ୍ଡ ଟେକିଛି ବିବାଦ। ବେଶର ବିଭିନ୍ନ ଉପକରଣ ଗୁଡିକ ସଂଗ୍ରହାଳୟରେ ରଖାଯିବା ପରିବର୍ତ୍ତେ ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ଯିବା ଘଟଣା ପରେ ଏବେ ବିବାଦର ସୂତ୍ରପାତ ହୋଇଛି। ଅଧିକ ପଢନ୍ତୁ...

ନାଗାର୍ଜୁନ ବେଶ ସାମଗ୍ରୀ ବିବାଦ:ସଂଗ୍ରହାଳୟ ବଦଳରେ ଗଲା ସେବାୟତଙ୍କ ଗୃହକୁ
ନାଗାର୍ଜୁନ ବେଶ ସାମଗ୍ରୀ ବିବାଦ:ସଂଗ୍ରହାଳୟ ବଦଳରେ ଗଲା ସେବାୟତଙ୍କ ଗୃହକୁ

By

Published : Nov 29, 2020, 7:41 AM IST

Updated : Nov 29, 2020, 7:59 AM IST

ପୁରୀ: ସେବାୟତଙ୍କ ଘରକୁ ଗଲା ଦୁର୍ଲଭ ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଆକର୍ଷଣୀୟ ସୂର୍ଯ୍ୟ, ଚନ୍ଦ୍ର । ବେଶ ଲାଗି ହେବା ପରେ ଏହି ବେଶକୁ ସଂଗ୍ରହାଳୟରେ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। ହେଲେ ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଅତି ଆକର୍ଷଣୀୟ ସୂର୍ଯ୍ୟ ଚନ୍ଦ୍ରକୁ ଶ୍ରୀମନ୍ଦିରର ଜଣେ ତଳିଆ କର୍ମଚାରୀ ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ନେଇ ଯାଉଥିବାର ଦେଖିବାକୁ ମିଳିଛି।

ନାଗାର୍ଜୁନ ବେଶ ସାମଗ୍ରୀ ବିବାଦ:ସଂଗ୍ରହାଳୟ ବଦଳରେ ଗଲା ସେବାୟତଙ୍କ ଗୃହକୁ

ଏହି ବେଶ ଉପକରଣ ନେଇ ସେବାୟତଙ୍କ ଘରକୁ ଯାଉଥିବା ନିଜେ ସ୍ବୀକାର କରିଛନ୍ତି କର୍ମଚାରୀ। ତେବେ କାହା ନିର୍ଦ୍ଦେଶରେ ଏହି ସୂର୍ଯ୍ୟ ଚନ୍ଦ୍ର ଶ୍ରୀମନ୍ଦିର ଭିତରୁ ବାହାରକୁ ଆସିଲା ଏବଂ କେଉଁ ସେବାୟତଙ୍କ ଘରକୁ ଏହା ନିଆଗଲା ତାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।

ପୂର୍ବରୁ ନାଗାର୍ଜୁନ ବେଶକୁ ସଂରକ୍ଷଣ କରି ରଖାଯିବା ପାଇଁ ଛତିଶା ନିଯୋଗ ଏବଂ ପରେ ପରିଚାଳନା କମିଟି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। ଜଗନ୍ନାଥ ବଲ୍ଲଭ ପରିସରରେ ଅବଢ଼ା ଯୋଜନାରେ ନିର୍ମାଣ ହେବା ପାଇଁ ଥିବା ସଂଗ୍ରହାଳୟରେ ସଂରକ୍ଷଣ କରି ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଏହି ବିରଳ ବେଶର ଆକର୍ଷଣୀୟ ନିର୍ମାଣକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦେଖିବାର ସୁଯୋଗ ପାଇଥାନ୍ତେ। ସେପଟେ ଏହି ଘଟଣାର ତଦନ୍ତ ଦାୟିତ୍ବ ନୀତି ପ୍ରଶାସକଙ୍କୁ ଦିଆଯାଇଛି। ଏ ନେଇ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 29, 2020, 7:59 AM IST

ABOUT THE AUTHOR

...view details