ପୁରୀ:ଆସନ୍ତା ବର୍ଷ ଅର୍ଥାତ 2021 ଅଗଷ୍ଟ ମାସ ସୁଦ୍ଧା ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ନିର୍ମାଣକାରୀ ସଂସ୍ଥାକୁ କାମ ସାରିବାକୁ ଜିଲ୍ଲାପାଳ ବଲୱନ୍ତ ସିଂ ନିର୍ଦ୍ଦେଶ ଦେଇଛନ୍ତି ।
ଶୁକ୍ରବାର ଏହି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସମୀକ୍ଷା କରି ଜିଲ୍ଲାପାଳ ନିର୍ମାଣକାରୀ ସଂସ୍ଥା ୱାପକ୍ସକୁ ଏପରି ଲକ୍ଷ୍ୟ ଦେଇଛନ୍ତି । ପୁରୀର ପେଣ୍ଠକଟାରେ ପ୍ରାୟ 13 ଏକର ପରିମିତ ଅଞ୍ଚଳରେ ଏହି ଷ୍ଟାଡିୟମ ହେଉଛି । କ୍ରିକେଟ ଷ୍ଟାଡିୟମ, ଇନଡୋର ଷ୍ଟାଡିୟମ, ଦର୍ଶକ ଗ୍ୟାଲେରୀ, ସୁମିଂପୁଲ, କୁସ୍ତି, ଜିମ୍ନାଷ୍ଟିକ୍, ଖୋଖୋ, କବାଡି, ବାସ୍କେଟବଲ କୋର୍ଟ ନିମନ୍ତେ ନିର୍ମାଣ କାର୍ଯ୍ୟ ଜାରି ରହିଛି ।