ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ଯୁବ କଂଗ୍ରେସର ବିରୋଧ, କଳା ପତାକା ପ୍ରଦର୍ଶନ - ପୁରୀ ଜିଲ୍ଲା ଯୁବ କଂଗ୍ରେସ

ବଗଲାଧର୍ମଶାଳା ବେଆଇନ ଜମି ବିକ୍ରି ପ୍ରତିବାଦରେ ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତକୁ ବିରୋଧ କରି କଳା ପତାକା ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

congress workers Shows Black Flag In CM Naveen Patnaik's Visit Puri
congress workers Shows Black Flag In CM Naveen Patnaik's Visit Puri

By

Published : Oct 17, 2020, 9:00 PM IST

Updated : Oct 18, 2020, 7:47 AM IST

ପୁରୀ: ବଗଲାଧର୍ମଶାଳା ବେଆଇନ ଜମି ବିକ୍ରି ପ୍ରତିବାଦରେ ପୁରୀ ଜିଲ୍ଲା ଯୁବ କଂଗ୍ରେସ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତକୁ ବିରୋଧ କରି କଳା ପତାକା ଦେଖାଇଥିଲେ। ପ୍ରଥମେ ଅଠରନଳା ଠାରେ ଆଶୁତୋଷ ମିଶ୍ର, ଆଲୋକ କୁମାର ଦାଶ ଓ ପରେ ମାଉସୀ ମା ମନ୍ଦିର ସମ୍ମୁଖରେ ରାମଚନ୍ଦ୍ର ସାହୁ, ବିଶ୍ବନାଥ ଦାଶ, ପ୍ରେମଜିତ ମହାନ୍ତି, ସୁଜିତ ମହାପାତ୍ର, ବିଶ୍ବରଂଜନ ମହାପାତ୍ର, ଆଲୋକ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଫେରିବା ବାଟରେ ବଗଲାଧର୍ମଶାଳା ନିକଟରେ ପୁନର୍ବାର ବିରୋଧ ପ୍ରଦର୍ଶନ କରିଥିଲେ ଯୁବ କଂଗ୍ରେସ ନେତା ସ୍ବାଧୀନ କୁମାର ପଣ୍ଡା ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଯୁବ କଂଗ୍ରେସର ବିରୋଧ, କଳା ପତାକା ପ୍ରଦର୍ଶନ

ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ପାଇଁ ପୁରୀ ଆସିଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ନେଇ ମିଳିଛି ସୂଚନା । କୋଭିଡ ଯୋଗୁଁ ଦୀର୍ଘ 8 ମାସ ଧରି ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ କୁଆଡେ ଯାଉନଥିବା ବେଳେ ଆଜି ପ୍ରଥମ କରି ପୁରୀ ଗସ୍ତ କରିଛନ୍ତି । ପୁରୀର ସୌନ୍ଦର୍ଯ୍ୟକରଣ ଏବଂ ହେରିଟେଜ କରିଡରର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମ ସାରି ଫେରିବା ବାଟରେ କଳାପତାକା ପଦର୍ଶନ କରିଥିଲେ କଂଗ୍ରେସ କର୍ମୀ । ଯୁବ କଂଗ୍ରେସ କର୍ମୀଙ୍କୁ ପୁରୀ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ ଟିମ ଅଟକ ରଖିଛି ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 18, 2020, 7:47 AM IST

ABOUT THE AUTHOR

...view details