ପୁରୀ: ସିଏଏ ଓ ଜେଏନୟୁ ପ୍ରସଙ୍ଗରେ ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଗୁଣ୍ଡିଚା ମନ୍ଦିରରୁ ଏହି ମଶାଲ ଶୋଭାଯାତ୍ରା ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ ନାମରେ ଦେଶରେ ଧର୍ମ ନାମରେ ବିଦ୍ବେଷ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଛି ପୁରୀ ଛାତ୍ର କଂଗ୍ରେସ ।
କେବଳ ସେତିକି ନୁହେଁ ଜେଏନୟୁରେ ଛାତ୍ରଛାତ୍ରୀଙ୍କ ଉପରେ ଦମନଲୀଳା ପ୍ରତିବାଦରେ ପୁରୀ ବଡ଼ ଦାଣ୍ଡରେ ପୁରୀ ଜିଲ୍ଲା କଂଗ୍ରେସ କରିଛି ଶୋଭାଯାତ୍ରା। ମୋଦି ସରକାର ସିଏଏ ନାମରେ ଦେଶରେ ଅରାଜକତା ସୃଷ୍ଟି କରୁଥିବା କଂଗ୍ରେସ ଅଭିଯୋଗ କରିଛି ।