ପୁରୀ:କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ । ପିପିଲି ଉପନିର୍ବାଚନର ପ୍ରଚାର କରୁଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅଚାନକ ଅସୁସ୍ଥ ହୋଇପଡିଛନ୍ତି ।
ଡେଲାଙ୍ଗରେ ବେରଵୋଇରେ ପ୍ରଚାର ବେଳେ ସେ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ପହଞ୍ଚି ଅଜିତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିଛନ୍ତି । ଏହାପରେ ତାଙ୍କ ବହୁ ସମର୍ଥକ ଓ ଦଳୀୟ କର୍ମୀ ମାନେ ମଧ୍ୟ ମେଡିକାଲରେ ପହଞ୍ଚିଛନ୍ତି ।