ଓଡିଶା

odisha

ETV Bharat / city

ଶ୍ରୀଜୀଉଙ୍କ ରଥ ନିର୍ମାଣରେ ସମ୍ପୃକ୍ତ ସେବାୟତଙ୍କୁ ସମ୍ବର୍ଦ୍ଧନା - ପ୍ରଭୁ ଶ୍ରୀଜଗନ୍ନାଥ

କୋଭିଡ ମହାମାରୀ ସମୟରେ ନିଜ ଜୀବନ ଓ ପରିବାରକୁ ପଛରେ ପକାଇ ରଥ ନିର୍ମାଣ କରିଥିଲେ ସେବାୟତ । ଅଧିକ ପଢନ୍ତୁ...

ଶ୍ରୀଜୀଉଙ୍କ ରଥ ନିର୍ମାଣରେ ସମ୍ପୃକ୍ତ ସେବାୟତଙ୍କୁ ସମ୍ବର୍ଦ୍ଧନା
ଶ୍ରୀଜୀଉଙ୍କ ରଥ ନିର୍ମାଣରେ ସମ୍ପୃକ୍ତ ସେବାୟତଙ୍କୁ ସମ୍ବର୍ଦ୍ଧନା

By

Published : Aug 10, 2021, 4:29 PM IST

ପୁରୀ:ଦୀର୍ଘ ଦୁଇବର୍ଷ ହେବ ବିନାଭକ୍ତରେ ଶୃଙ୍ଖଳିତ ଭାବେ ଶେଷ ହୋଇଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ରଥନିର୍ମାଣ ସହ ସମ୍ପୃକ୍ତ ସମସ୍ତ ସେବାୟତ ମାନେ ରଥନିର୍ମାଣ ଠାରୁ ଆରମ୍ଭ କରି ରଥନିର୍ମାଣ ଶେଷ ପର୍ଯ୍ୟନ୍ତ ଘର ଠାରୁ ଅଲଗା ରହି ସଙ୍ଗରୋଧରେ ରହୁଥିଲେ । ତେବେ କୋଭିଡ ମହାମାରୀ ସତ୍ତ୍ବେ ରଥଯାତ୍ରା ପରିଚାଳନା କରିଥିବା ଏହି ସେବାୟତ ମାନଙ୍କୁ ଶ୍ରୀକ୍ଷେତ୍ର ସୂଚନା ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯିବା ସହ ୨ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ବୀମା ରାଶି ପ୍ରଦାନ କରାଯାଇଛି ।

ଶ୍ରୀଜୀଉଙ୍କ ରଥ ନିର୍ମାଣରେ ସମ୍ପୃକ୍ତ ସେବାୟତଙ୍କୁ ସମ୍ବର୍ଦ୍ଧନା

ସେପଟେ ରଥନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସେବାୟତ ମାନଙ୍କୁ ପୁରସ୍କୃତ କରାଯାଇଥିବା ନେଇ ସେ ବେଶ୍ ଉତ୍ସାହିତ ଅଛନ୍ତି । ଓଡିଶାର ଅଗ୍ରଣୀ ଅନୁଷ୍ଠାନ ଶ୍ରୀକ୍ଷେତ୍ର ସୂଚନା ବିଭାଗ ପକ୍ଷରୁ ପୁରୀ ବଡଦାଣ୍ତ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଆୟୋଜିତ " ବିଶ୍ବନିୟନ୍ତାଙ୍କ ରଥ ବିଶ୍ବକର୍ମା " କାର୍ଯ୍ୟକ୍ରମ ଅବସରରେ ରଥନିର୍ମାଣ ସହ ସମ୍ପୃକ୍ତ ମହାରଣା, ଭୋଇ, ରୂପକାର, ଚିତ୍ରକର, ଦରଜୀ, କମାର ଭଳି ୬୪ ଜଣ ବରିଷ୍ଠ ସେବାୟତଙ୍କୁ ମାନପତ୍ର ଦିଆଯାଇଛି ।

ଏନେଇ ଅନୁଷ୍ଠାନର ଉପଦେଷ୍ଟା ପ୍ରଫେସର ହରେକୃଷ୍ଣ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଅତରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ସମେତ ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଓ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ସେପଟେ ରଥନିର୍ମାଣ ସେବକ ମାନଙ୍କୁ କଳାକାର ଭତ୍ତା ପ୍ରଦାନ କରାଯିବା ନିଷ୍ପତ୍ତି ଉପରେ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details