ଓଡିଶା

odisha

ETV Bharat / city

ଇସ୍କନ ବିରୋଧରେ କୋର୍ଟରେ ମାମଲା - puri

ଇସ୍କନ ବିରୋଧରେ କୋର୍ଟରେ ମାମଲା। ଅଦିନିଆ ରଥଯାତ୍ରା ନେଇ ହୋଇଥିଲା ବିବାଦ । ଅଧିକ ପଢନ୍ତୁ...

complaint lodge against mumbai iskon temple
ଇସ୍କନ ବିରୋଧରେ କୋର୍ଟରେ ମାମଲା

By

Published : Feb 7, 2020, 5:42 AM IST

ପୁରୀ: ମୁମ୍ବାଇରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନ ବିରୋଧରେ ପୁରୀ ଏସଡିଜେଏମ କୋର୍ଟରେ ମାମଲା ରୁଜୁ କରାଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ମାମଲା ଇସ୍କନ ବିରୋଧରେ କରାଯାଇଛି। ଜଗନ୍ନାଥ ସଂସ୍କୃତି , ପରମ୍ପରା ଉଲଙ୍ଘନ ଅଭିଯୋଗ ନେଇ ଏହି ମାମଲା ଜଗନ୍ନାଥ ସେନା ସଂଗଠନ ପକ୍ଷରୁ କରାଯାଇଛି।

ମୁମ୍ବାଇ ଇସ୍କନର ମୁଖ୍ୟ ରାଧାନାଥ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟରେ ଆବେଦନ ହୋଇଛି। ସେହିପରି ଠିକାଦାର ଦିଲୀପ ଖଟେଇଙ୍କ ବିରୋଧରେ ମଧ୍ୟ ପୁରୀ ଏସଡିଜେଏମ କୋର୍ଟରେ ଜଗନ୍ନାଥ ସେନା ପକ୍ଷରୁ ଆଉ ଏକ ଅଭିଯୋଗ ଦାଖଲ ହୋଇଛି ।

ଇସ୍କନ ବିରୋଧରେ କୋର୍ଟରେ ମାମଲା

ଉକ୍ତ ଠିକା ସଂସ୍ଥା ବିଭିନ୍ନ ସ୍ଥାନରେ ନିମ୍ନ ମାନର କାର୍ଯ୍ୟ କରୁଥିବା ହେତୁ ପୁରୀ ସହରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟରେ ସରକାର ସଂସ୍ଥାକୁ ଦାୟିତ୍ବ ନ ଦେବାକୁ ଆବେଦନ କରାଯାଇଛି। ପୂର୍ବରୁ ପୁରୀରେ ବିଭିନ୍ନ ସରକାରୀ ପ୍ରକଳ୍ପ ଉକ୍ତ ସଂସ୍ଥା କାର୍ଯ୍ୟ କରିଥିବା ବେଳେ ନିମ୍ନ ମାନର କାର୍ଯ୍ୟ ହୋଇ ଥିବା କୋର୍ଟ ନିକଟରେ ତଥ୍ୟ ଦିଆଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details