ଓଡିଶା

odisha

ETV Bharat / city

Mukta yojana; ପୁରୀରେ ଭିତ୍ତିଭୂମି ବିକାଶ ପାଇଁ ମିଳିଲା 7 କୋଟି

ପୁରୀର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ । 7 କୋଟି ଟଙ୍କା ଅନୁଦାନ ଦେଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

By

Published : Nov 19, 2021, 8:25 PM IST

ପୁରୀରେ ଭିତ୍ତିଭୂମି ବିକାଶ, 7 କୋଟି ଟଙ୍କା ଅନୁଦାନ ଦେଲେ ମୁଖ୍ୟମନ୍ତ୍ରୀ
ପୁରୀରେ ଭିତ୍ତିଭୂମି ବିକାଶ, 7 କୋଟି ଟଙ୍କା ଅନୁଦାନ ଦେଲେ ମୁଖ୍ୟମନ୍ତ୍ରୀ

ପୁରୀ:ଜିଲ୍ଲାର ସହରାଞ୍ଚଳରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ନେଇ ରାଜ୍ୟ ସରକାର 7 କୋଟି 17 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ମୁକ୍ତା ଯୋଜନା(Mukta yojana)ରେ ଏହି ଟଙ୍କା ମଞ୍ଜୁର କରାଯାଇଛି । ଏହି ଯୋଜନା ଆଧାରରେ ୨୦୫ଟି ବିକାଶମୂଳକ କାର୍ଯ୍ୟକୁ ସାମିଲ କରାଯାଇଛି ।

ପୁରୀରେ ଭିତ୍ତିଭୂମି ବିକାଶ, 7 କୋଟି ଟଙ୍କା ଅନୁଦାନ ଦେଲେ ମୁଖ୍ୟମନ୍ତ୍ରୀ

ମୁଖତଃ ପୁରୀ ସହରରେ ଥିବା ବିଭିନ୍ନ ୱାର୍ଡରେ କ୍ଷୁଦ୍ର ଉଦ୍ୟାନ, ପବ୍ଲିକ ଜିମ, ଶିଶୁ କ୍ରୀଡା ଉଦ୍ୟାନ, ଚାଲିବା ରାସ୍ତା, ଜଳାଶୟ, ଖେଳ ପଡିଆ, ଶୌଚାଳୟ, ରାସ୍ତାକଡ଼ ବିକ୍ରୟ ସ୍ଥଳୀ ଏହି ବିଭିନ୍ନ 205ଟି ପ୍ରକଳ୍ପ ପାଇଁ 7 କୋଟି 17 ଲକ୍ଷ ଟଙ୍କା ଅନୁଦାନ ଆସିଛି । ମୁଖ୍ୟତଃ ମହିଳା ସୋୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ସବୁ ପ୍ରକଳ୍ପ କାର୍ଯ୍ୟ କରିବେ। ଫଳରେ ପ୍ରକଳ୍ପରୁ କିଛି ଲାଭାଂଶ ପାଇ ମହିଳା ସୋୟଂ ସହାୟକ ଗୋଷ୍ଠୀ ମାନେ ଆର୍ଥିକ ସ୍ବାବଲମ୍ବୀ ହୋଇପାରିବେ ।

ଏହା ଛଡା ମୁକ୍ତା ଯୋଜନାରେ ବିଭିନ୍ନ ୱାର୍ଡର ଉନ୍ନୟନମୂଳକ କାର୍ଯ୍ୟ ହେଲେ ପୁରୀ ସହରାଞ୍ଚଳର ମଧ୍ୟ ଭିତ୍ତିଭୂମି ବିକାଶ ହୋଇ ପାରିବ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସହରର ଉନ୍ନତି ଓ ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବୀ ପାଇଁ ଅନୁଦାନ ଦେଇଥିବା କାରଣରୁ ପୁରୀର ପୁର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହେଶ୍ବର ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି । ବିଶେଷ କରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଧନ୍ୟବାଦ ଜଣାଇଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details