ବ୍ରହ୍ମଗିରି:ଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ମାମଲାରେ ଦିନକୁ ଦିନ ଆସୁଛି ନୂଆ ଟ୍ବିଷ୍ଟ । ଘଟଣାକୁ ଚପେଇ ଦେବାକୁ ଚେଷ୍ଟା କରାଯାଉଛି । ଦୁର୍ଘଟଣାଜନିତ ହତ୍ୟା ବୋଲି ରିର୍ପୋଟରେ ଦର୍ଶାଯାଉଛି ଯାହାକୁ ମାନିବାକୁ ନାରାଜ ପରିବାର ଲୋକ। ଚିତ୍ତଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଥିବା ସହ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଅରୁଣ କୁମାର ମିଶ୍ରଙ୍କ ନାମ ନେଇଛନ୍ତି ପରିବାର ଲୋକ ।
ରାଜନୈତିକ କାରଣରୁ ନେଇ କିଛି ଦିନ ତଳେ ଚିତ୍ତର ଝଗଡା ହୋଇଥିଲା। ଅରୁଣ ହେଉଛି ଜଗାର ସମ୍ପର୍କୀୟ ଏବଂ ଏହି ହତ୍ୟାରେ ଜଗା ସହିତ ଅରୁଣ ସାମିଲ ଅଛନ୍ତି । ପିଏମ ରିପୋର୍ଟକୁ ଭୁଲ କରାଇବାରେ ତାଙ୍କ ହାତ ଅଛି ବୋଲି ଅଭିଯୋଗ ହୋଇଛି । ପରିବାର ଲୋକେ କହିବା ଅନୁଯାୟୀ କ୍ରାଇମବ୍ରାଞ୍ଚଙ୍କୁ ଆମେ ଅରୁଣ ନାମ କହିଥିଲୁ ହେଲେ ତାକୁ ଏ ପର୍ଯ୍ୟନ୍ତ ତଦନ୍ତ ପରିସରକୁ ଅଣାଯାଇନାହିଁ ଯାହା ଆମ ସନ୍ଦେହ ବଢାଉଛି ବୋଲି କହିଛନ୍ତି ପରିବାର ଲୋକ । କ୍ରାଇମବ୍ରାଞ୍ଚ ଆମକୁ ଉଚିତ ନ୍ୟାୟ ପ୍ରଦାନ କରୁ ଏବଂ ଦୋଷୀକୁ ଦଣ୍ଡ ଦେଇ ବୋଲି ପରିବାର ତରଫରୁ ଅନୁରୋଧ କରାଯାଇଛି ।