ଓଡିଶା

odisha

ETV Bharat / city

Chittaranjan Dath Case: ସଂଜୟଙ୍କ ସମ୍ପୃକ୍ତି ଅଭିଯୋଗ, ତଦନ୍ତକୁ ସ୍ୱାଗତ କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ - BJP on Chittaranjan Palei Death Case

ରାଜ୍ୟ ଯୋଜନା ବୋର୍ଡ ଉପଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ PA ଚିତ୍ତରଞ୍ଜନ ପଲେଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସଂପୃକ୍ତି ଅଭିଯୋଗକୁ ନେଇ ସଫେଇ ରଖିଛନ୍ତି ସଂଜୟ ଦାସ ବର୍ମା । ସେପଟେ ଏହି ଘଟଣାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ଅଧିକ ପଢନ୍ତୁ

sanjay dasburma allegation
ଚିତ୍ତରଞ୍ଜନ ହତ୍ୟାକାଣ୍ଡ ଘଟଣାରେ ସଂଜୟ ଦାସ ବର୍ମା ଙ୍କ ସମ୍ପୃକ୍ତି ଅଭିଯୋଗ ଘଟଣା

By

Published : Dec 13, 2021, 7:54 PM IST

Updated : Dec 14, 2021, 2:54 PM IST

ଭୁବନେଶ୍ବର/ପୁରୀ: ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ପିଏ ଚିତ୍ତରଞ୍ଜନଙ୍କ ହତ୍ୟାକାଣ୍ଡ ଘଟଣା । ବ୍ରହ୍ମଗିରି ଅଞ୍ଚଳରେ ଚିତ୍ତରଞ୍ଜନ ପଲାଇ ହତ୍ୟାକାଣ୍ଡକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତାଙ୍କ ପରିବାର ଲୋକେ ଅପହରଣ ଓ ହତ୍ୟା କରାଯାଇଛି ବୋଲି ସନ୍ଦେହ କରୁଛନ୍ତି। ଏଥିରେ ସଞ୍ଜୟ ଦାସବର୍ମାଙ୍କ ସମ୍ପୃକ୍ତ ଅଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ସଂପୃକ୍ତି ଅଭିଯୋଗକୁ ନେଇ ସଫେଇ ରଖିଛନ୍ତି ସଂଜୟ ଦାସ ବର୍ମା । ସମସ୍ତ ତଦନ୍ତକୁ ସ୍ବାଗତ କରିଛନ୍ତି ସଞ୍ଜୟ । ସେପଟେ ଏହି ଘଟଣାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ବିଜେଡି ଅପରାଧୀଙ୍କ ଦଳ ବୋଲି ବିଜେପି କହିଛି।

ଚିତ୍ତରଞ୍ଜନ ହତ୍ୟାକାଣ୍ଡ ଘଟଣାରେ ସଂଜୟ ଦାସ ବର୍ମା ଙ୍କ ସମ୍ପୃକ୍ତି ଅଭିଯୋଗ ଘଟଣା

ରାଜ୍ୟ ଯୋଜନା ବୋର୍ଡ ଉପଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ PA ଚିତ୍ତରଞ୍ଜନ ପଲେଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ସବୁଠୁ ବଡ଼ କଥା ହେଉଛି ଏହି ମୃତ୍ୟୁ ଘଟଣାରେ ସଞ୍ଜୟ ଦାସ ବର୍ମାଙ୍କ ହାତ ଥିବା ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ରାଜନୈତିକ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ସଫେଇ ଦେଇଛନ୍ତି ସଂଜୟ ଦାସ ବର୍ମା । ସେ ଏହି ଘଟଣାରେ ଅତ୍ୟନ୍ତ ଦୁଃଖିତ। ତେବେ ତାଙ୍କ ନାମରେ ଯେଉଁ ଅଭିଯୋଗ ଆସିଛି ସେ କହିଛନ୍ତି ଏହାର ତଦନ୍ତ ପାଇଁ ସେ ପୁରୀ ଏସପିଙ୍କୁ ଅନୁରୋଧ କରିଛନ୍ତି। ଘଟଣାର ତଦନ୍ତ ପରେ କିଏ ଦୋଷୀ , ଠିକ କଣ ଭୁଲ କଣ ସବୁକିଛି ସ୍ପଷ୍ଟ ହେବ ବୋଲି ସଂଜୟ କହିଛନ୍ତି।

ସେପଟେ ଏହି ଘଟଣାକୁ ନେଇ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ବିଜୁ ଜନତା ଦଳ ଅପରାଧୀଙ୍କ ଦଳ। ବିଜେଡିର ନେତା ମାନେ କ୍ଷମତାର ଅପବ୍ୟବହାର କରି ଦୁର୍ନୀତି ଠାରୁ ଆରମ୍ଭ କରି ସବୁଥିରେ ସମ୍ପୃକ୍ତ ଅଛନ୍ତି ବୋଲି ଆଗରୁ ନଜିର ଅଛି। ବିଜେଡି ସେମାନଙ୍କୁ ଘଣ୍ଟ ଘୋଡାଉଛନ୍ତି। ବିଜେଡି ଥିବା ପର୍ଯ୍ୟନ୍ତ ଏଠି କେହି ନ୍ୟାୟ ପାଇବେ ନାହିଁ ବୋଲି ଲେଖାଶ୍ରୀ କହିଛନ୍ତି।

ସୂଚନାଥାଉକି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍ PAଙ୍କ ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଥିଲେ । ଆଜି ପୁରୀ ସଦର ଥାନା ଗଡ଼ମୃଗସିରାବ୍ରିଜ ନିକଟ ନୂଆନଈ ପଠାରୁ ତାଙ୍କ ମୃତଦେହ ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Dec 14, 2021, 2:54 PM IST

ABOUT THE AUTHOR

...view details