ଓଡିଶା

odisha

ETV Bharat / city

ChittaRanjan Murder Case: ଅଭିଯୁକ୍ତ ଜଗାର ଭଡା ଘର ତଲାସୀ କଲା କ୍ରାଇମବ୍ରାଞ୍ଚ - ପୁରୀ ଖବର

ସଞ୍ଜୟ ଦାସ ବର୍ମାଙ୍କ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାର (ChittaRanjan Murder Case) ପର୍ଦ୍ଦାଫାସ ପାଇଁ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଆଜି ଅଭିଯୁକ୍ତ ଜଗାର ମାଟିଆପଡା ସହିତ ଭଡାଘର ତଲାସୀ କରିଛି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

ଅଭିଯୁକ୍ତ ଜଗାର ଭଡା ଘର ତଲାସ କଲା କ୍ରାଇମବ୍ରାଞ୍ଚ
ଅଭିଯୁକ୍ତ ଜଗାର ଭଡା ଘର ତଲାସ କଲା କ୍ରାଇମବ୍ରାଞ୍ଚ

By

Published : Dec 17, 2021, 3:42 PM IST

ପୁରୀ: ସଞ୍ଜୟ ଦାସ ବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାର (ChittaRanjan Murder Case) ପର୍ଦ୍ଦାଫାସ ପାଇଁ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ବୁଧବାର ରାତିରେ କ୍ରାଇମବ୍ରାଞ୍ଚ ଟିମ୍‌ ପୁରୀରେ ପହଞ୍ଚିଥିଲା । ଗୁରୁବାର ମୃତଦେହ ମିଳିଥିବା ସ୍ଥାନକୁ ଯାଇ ଅନୁଧ୍ୟାନ କରିଥିଲା ଟିମ୍ । ଏଥିସହ ଘଟଣା ଦିନ ଚିତ୍ତରଞ୍ଜନଙ୍କ ସହ ଭୋଜିରେ ଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଜେରା ଆରମ୍ଭ କରିଛି । ଆଜି ଅଭିଯୁକ୍ତ ଜଗାର ମାଟିଆପଡା ସହିତ ଭଡାଘର ତଲାସୀ କରିଛି କ୍ରାଇମବ୍ରାଞ୍ଚ ।

ଅଭିଯୁକ୍ତ ଜଗାର ଭଡା ଘର ତଲାସ କଲା କ୍ରାଇମବ୍ରାଞ୍ଚ

ଗତକାଲି (ଗୁରୁବାର) ଚିତ୍ତର ପରିବାର ଲୋକଙ୍କ ବୟାନ ରେକର୍ଡ ସହ ଅଟକ ଥିବା ଜଗା, ସଞ୍ଜୟ ଦାସବର୍ମାଙ୍କ ପିଏସଓ ସର୍ବେଶ୍ବର ଜେନା ଓ ଅନ୍ୟ ସହଯୋଗୀ ମାନଙ୍କୁ ପୁରୀ ବାସେଳୀସାହି ଥାନାରେ ପଚରାଉଚରା କରାଯାଇଥିଲା । ଆଜି ଜଗାର ମାଟିଆପଡା ସ୍ଥିତ ଭଡାଘରେ କ୍ରାଇମବ୍ରାଞ୍ଚ ତନାଘନା ତଦନ୍ତ ଆରମ୍ଭ କରିଛି। ଭୋଜି ଦିନ କେଉଁ ମାନେ ଥିଲେ , କଣ ଘଟଣା ସବୁ ଘଟିଥିଲା , ଘଟଣା ସ୍ଥଳରେ କିଛି ପ୍ରମାଣ ଅଛି କି ସେ ନେଇ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ଜଗନ୍ନାଥ ଷଡ଼ଙ୍ଗୀ ଓରଫ ଜଗାକୁ ଘଟଣା ସ୍ଥଳକୁ ନେଇ ପଚରାଉଚରା କରିସାରିଛି କ୍ରାଇମବ୍ରାଞ୍ଚ।

ଡିସେମ୍ବର ୧୩ ତାରିଖରେ ପୁରୀ ସଦର ଥାନା ଗଡ଼ମୃଗସିରାବ୍ରିଜ ନିକଟ ନୂଆନଈ ପଠାରୁ ଚିତ୍ତରଞ୍ଜନଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ କହିବା ଅନୁଯାୟୀ ରବିବାର ଚିତ୍ତ ଭୋଜି କରିବାକୁ ଯାଇ ଘରକୁ ଫେରିନଥିଲେ । ଏନେଇ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ ମଧ୍ୟ ପର ଦିନ ସକାଳେ ଚିତ୍ତଙ୍କ ମୃତଦେହ ଠାବ ହୋଇଥିଲା । ପୋଲିସ ପାରିପାର୍ଶ୍ବିକ ପରିସ୍ଥିତିରୁ ହତ୍ୟା ସନ୍ଦେହ କରି ଏକ ମାମଲା ରୁଜୁ କରିଥିଲା । ପରିବାର ଲୋକେ ମଧ୍ୟ ହତ୍ୟା ଅଭିଯୋଗ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମଧ୍ୟ ଦାବି କରିଥିଲେ । ପୋଲିସ ଡିଜି ଅଭୟ କେସକୁ କ୍ରାଇମବ୍ରାଞ୍ଚଙ୍କୁ ହସ୍ତାନ୍ତର କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details