ଓଡିଶା

odisha

ETV Bharat / city

ମହାବାହୁଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, କହିଲେ ପ୍ରତ୍ୟାହାର ହେଉ ବାଇ'ଲ - ମହାବାହୁଙ୍କୁ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ

http://10.10.50.80:6060/reg-lowres/08-February-2021/od-pur-02-puri-cmvisit-avo-7205521_08022021112244_0802f_00470_439.mp4
http://10.10.50.80:6060/reg-lowres/08-February-2021/od-pur-02-puri-cmvisit-avo-7205521_08022021112244_0802f_00470_439.mp4

By

Published : Feb 8, 2021, 11:27 AM IST

Updated : Feb 8, 2021, 12:51 PM IST

12:19 February 08

କୋଭିଡ ସଙ୍କଟ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରି ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ । ନୂଆ ବାଇ’ଲକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ ନେଇ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମହାବାହୁଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, କହିଲେ ପ୍ରତ୍ୟାହାର ହେଉ ବାଇ'ଲ

11:23 February 08

ପୁରୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ମହାବାହୁଙ୍କୁ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ସାରି ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାମାରୀ ପରେ ପ୍ରଥମ ଥର ଶ୍ରୀଜିଉଙ୍କୁ ଦର୍ଶନ କଲି, ଲୋକଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କଲି’ ବୋଲି ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଶ୍ରୀମନ୍ଦିର ଶ୍ରୀବୃଦ୍ଧି ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀମନ୍ଦିର ବିକାଶ କାମ କେହି ଅଟକାଇ ପାରିବେ ନାହିଁ । ନୂଆ ବାଇ’ଲକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ କହିଲେ ମୁଖ୍ୟମନ୍ତ୍ରୀ । ସେହିପରି ମହାମାରୀ ପରେ ସେ ଶ୍ରୀଜୀଉଙ୍କୁ ଦର୍ଶନ ସୁଯୋଗ ପାଇଥିବାରୁ ଖୁସିଥିବା କହିଲେ ମୁଖ୍ୟମନ୍ତ୍ରୀ ।  

ପୁରୀ ତାଳବଣିଆ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ପୁରୀରେ ପହଞ୍ଚିଥିଲେ । କୋଭିଡ ମହାମାରୀ ସଙ୍କଟ ଭିତରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଆଶିଷ ନେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ନୀତି ପ୍ରଶାସକ ସମେତ ବରିଷ୍ଠ ସେବାୟତ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ 

Last Updated : Feb 8, 2021, 12:51 PM IST

ABOUT THE AUTHOR

...view details