ଓଡିଶା

odisha

ETV Bharat / city

ନାଗାର୍ଜୁନ ବେଶକୁ ନେଇ ଛତିଶା ନିଯୋଗ ବୈଠକ, ନିଆଗଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି - ପୁରୀ

ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶକୁ ନେଇ ଆଜି(ମଙ୍ଗଳବାର) ଛତିଶା ନିଯୋଗ ବୈଠକ ବସିଥିଲା। ବୈଠକରେ କେତେକ ଗରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅଧିକ ପଢ଼ନ୍ତୁ...

ନାଗାର୍ଜୁନା ବେଶକୁ ନେଇ ଛତିସା ନିଯୋଗ ବୈଠକ, ନିଗାଗଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
ନାଗାର୍ଜୁନା ବେଶକୁ ନେଇ ଛତିସା ନିଯୋଗ ବୈଠକ, ନିଗାଗଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

By

Published : Nov 24, 2020, 8:53 PM IST

Updated : Nov 24, 2020, 9:27 PM IST

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶକୁ ନେଇ ଆଜି(ମଙ୍ଗଳବାର) ଛତିଶା ନିଯୋଗ ବୈଠକ ବସିଥିଲା। ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନାଗାର୍ଜୁନ ବେଶର ଆଭୂଷଣକୁ ଏକ ଶୋଭାଯାତ୍ରାରେ ରାତ୍ର ୨ଟାରୁ ହରଚଣ୍ତୀ ସାହି ଚକ୍ରକୋଟ ମନ୍ଦିରରୁ ଶ୍ରୀମନ୍ଦିରକୁ ଅଣାଯିବ। ଏହାପରେ ଭୋର ପ୍ରାୟ ୪ ଟାରେ ସିଂହାରୀ ସେବାୟତମାନେ ଏହି ଆଭୁଷଣକୁ ମହାପ୍ରଭୁଙ୍କୁ ଲାଗି କରିବେ। ଏହି ନୀତି ପ୍ରାୟ 3 ଘଣ୍ଟା କରାଯିବ। ପରେ ଅପରାହ୍ନ ୨ଟାରେ ଭୋଗମଣ୍ତପ ଶେଷ ସହ ବେଶକୁ ଓ ଲାଗି କରାଯିବ ।

ନାଗାର୍ଜୁନ ବେଶକୁ ନେଇ ଛତିଶା ନିଯୋଗ ବୈଠକ, ନିଆଗଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ଭକ୍ତମାନେ ଦର୍ଶନ କରିପାରିବେ ନାହିଁ। ଏପରି ପରମ୍ପରା ନଥିବାରୁ ପତିତପାବନଙ୍କର ମଧ୍ୟ ବେଶ ହେବ ନାହିଁ। ଅନ୍ୟପକ୍ଷରେ ଲାଗି ବେଶକୁ ନେଇ ବିବାଦ ଥିବାରୁ ଚଳିତବର୍ଷ ଏହାକୁ ସଂଗ୍ରହାଳୟରେ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏ ବାବଦରେ ସମ୍ପୃକ୍ତ ସେବାୟତମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ। ଏନେଇ ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

୨୫ ବର୍ଷ ପରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ହେଉଛି। ନଭେମ୍ବର 27 ତାରିଖରେ ମହାପ୍ରଭୁ ଏହି ବେଶ ଧାରଣ କରିବେ। ଏଥିପାଇଁ ସମସ୍ତ ସେବାୟତଙ୍କ ସହଯୋଗ କରିବାକୁ ନିବେଦନ କରିଛି ଶ୍ରୀମନ୍ଦିର ପ୍ରଶାସନ। ମହାପ୍ରଭୁଙ୍କ ବେଶ ଭାଇରାଲ ହେବା ଆଶଙ୍କା ରହିଥିବାରୁ ଶ୍ରୀମନ୍ଦିରରେ ମୋବାଇଲ ଫୋନ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସେହିଭଳି ନାଗାର୍ଜୁନ ବେଶ ଦିନ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଭକ୍ତଙ୍କ ପ୍ରବେଶ ଉପରେ କଡ଼ା କଟକଣା ଜାରି କରାଯାଇଛି। ଶ୍ରୀମନ୍ଦିର ଚତୁପାର୍ଶ୍ବରେ ୧୪୪ ଧାରା ଜାରି ହେବାନେଇ ସମ୍ଭାବନା ରହିଛି। ଡିସେମ୍ବର ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷ୍ଣନ କୁମାର ଦେଇଛନ୍ତି। ଶ୍ରୀମନ୍ଦିର ଖୋଲିଲେ ଭକ୍ତମାନଙ୍କ ପାଇଁ ସ୍ବତନ୍ତ୍ର ଏସଓପି ଜାରି କରାଯିବ। ବର୍ତ୍ତମାନ କୋରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସାଧାରଣ ଦର୍ଶନ ବନ୍ଦ ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 24, 2020, 9:27 PM IST

ABOUT THE AUTHOR

...view details