ଓଡିଶା

odisha

ETV Bharat / city

ତିନି ରଥରେ ପାରାଭାଡି କାର୍ଯ୍ୟ ଶେଷ

ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥ ରଙ୍ଗକାର୍ଯ୍ୟ ପାଇଁ ଧଳା ପ୍ରାଇମର ଲଗାଇବା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ....

By

Published : Jun 28, 2021, 10:53 PM IST

chariot making, ratha nirmana, making of ratha is on full swing, ratha yatra, ରଥ ନିର୍ମାଣ କାର୍ଯ୍ୟ, ରଥଖଳା, ରଥଯାତ୍ରା
ତିନି ରଥରେ ପାରାଭାଡି କାର୍ଯ୍ୟ ଶେଷ

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ ତିନି ରଥ ନିର୍ମାଣ ଆଗେଇ ଚାଲିଛି । ତିନି ରଥର ଖପୁରୀ ସମେତ ପାରାଭାଡ଼ିକୁ ମିଶାଇ ୧୩ ପରସ୍ତ ପୋଟଳ ଖଞ୍ଜିବା କାମ ସମ୍ପୁର୍ଣ୍ଣ ହୋଇଅଛି। ତିନିରଥର କଳସରେ ରୂପା ପାତ ଖଞ୍ଜା କାର୍ଯ୍ୟ ମହାରଣା ସେବକଙ୍କ ଦ୍ବାରା ସମ୍ପୂର୍ଣ୍ଣ ହୋଇଛି।

ତିନି ରଥରେ ପାରାଭାଡି କାର୍ଯ୍ୟ ଶେଷ

ଉକ୍ତ କଳସ ରଥରେ ବସିବା ପୂର୍ବରୁ ଚିତ୍ରକର ସେବକ ମାନେ ସେଥିରେ ୩୨ ଟି ଲେଖାଁଏ ପଦ୍ମ ପାଖୁଡା ଚିତ୍ର ଅଙ୍କନ କରିବେ । ଏଥିସହ ତିନିରଥର ଦୁଇଟି ଲେଖାଁଏ ଦୁଆର ବେଢ଼ା ଫ୍ରେମ ନିର୍ମାଣ ହୋଇ ପୂର୍ବରୁ ନିର୍ମିତ ହୋଇ ରହିଥିବା ଚନ୍ଦ୍ରଶାଳୀ ଏବଂ ମଗର ମୁଖ ଗାରେଡି ସଂଯୋଗ ହୋଇଅଛି।

ତିନିରଥ ପାଇଁ ଚାରୋଟି ଲେଖାଁଏ ବାରଗୋଟି ଦୁଆର ବେଢା ନିର୍ମାଣ ହୋଇ ରଙ୍ଗ କାର୍ଯ୍ୟ ପରେ ରଥ ମାନଙ୍କରେ ସଂଯୋଗ କରାଯିବ । ତିନି ରଥର ୨୪ ଗୋଟି ନାଟ ଗୋଡ଼ରୁ ୨୧ ଟି ନାଟ ଗୋଡ଼ରେ ରାହୁରୂପ ଖୋଦେଇ ସାରି ରଙ୍ଗ କାର୍ଯ୍ୟ ପାଇଁ ରୂପକାର ସେବକ ଚିତ୍ରକର ସେବକଙ୍କୁ ଯୋଗାଇଥିଲେ। ଶେଷ ତିନୋଟି ନାଟ ଗୋଡ଼ର ରାହୁରୂପ ଖୋଦେଇ କାର୍ଯ୍ୟ ରୂପକାର ସେବକଙ୍କ ଦ୍ବାରା ସମ୍ପନ୍ନ ହୋଇଛି । ଏଥି ସହ ନନ୍ଦିଘୋଷ ରଥର ସିଂହାସନରେ କୁମ୍ଭ ଡାଳି ଲତା ଏବଂ ପଦ୍ମ ପାଖୁଡା ଖୋଦେଇ କାର୍ଯ୍ୟ ଜାରି ରହିଛି।

ଚିତ୍ରକର ସେବକ ମାନେ ତିନି ରଥର କୋଣଗୁଜ, ପଟାଗୁଜ, ନଟଗୋଡ଼ରେ ପ୍ରାଇମର ଦେବାପରେ ରୂପ ଗୁଡିକରେ ରଙ୍ଗ କାର୍ଯ୍ୟ କରୁଛନ୍ତି। ଦୋଳବେଦିରେ ଥିବା କମାର ଶାଳରେ ଓଝା ସେବକ ମାନେ ତିନିରଥ ପାଇଁ ୧୨ ଗୋଟି 'ଜଙ୍ଘା କଣ୍ଟା' ଯୋଗାଇଛନ୍ତି । ଯାହାପରେ ଭୋଇ ସେବକ ମାନେ ତିନି ରଥର ଖପୁରୀ ପୋଟଳ ଚାରି ପାର୍ଶ୍ବରେ ଚାରୋଟି ଲେଖାଁଏ ଜଙ୍ଘା କଣ୍ଟା ବାଡେଇ ଫିଟିଙ୍ଗ କରିଛନ୍ତି । ଯାହାଫଳରେ ପୋଟଳ ଗୁଡିକ ମଜଭୁତ ହୋଇ ରହିବ । ଏଥି ସହ କମାର ସେବକ ମାନେ ତିନି ରଥର କଳସ କଣ୍ଟା, ଶୁଆ କଣ୍ଟା, ଦୁଆର ବେଢା ପାଇଁ କଣ୍ଟା ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି । ତିନିରଥର ଦରଜି ସେବକ ମାନେଦୁଆର ବେଢା ପାଇଁ ମାପ ପ୍ରକାରେଦାଗ ଦେଇ କନା କଟିଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details