ପୁରୀ:ଚଳିତ ବର୍ଷର ରଥଯାତ୍ରା (Ratha Yatra) ପାଇଁ ରଥ ନିର୍ମାଣ ଅନୁକୂଳ ହୋଇଛି । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପବିତ୍ର ଅକ୍ଷୟ ତୃତୀୟା(Akshaya Tritiya)ରେ ରଥ ନିର୍ମାଣ ଅନୁକୂଳ ହୋଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିବା ପରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିବା ଜଣାପଡ଼ିଛି ।
ମହାପ୍ରଭୁଙ୍କ ମଧ୍ୟାହ୍ଣ ଧୂପ ପରେ ରଥ ଖଳାକୁ ଆଜ୍ଞାମାଳ ଆସିଥିଲା । ସେଠାରେ ତିନୋଟି ଧଉରା କାଠକୁ ଶ୍ରୀମନ୍ଦିର ପୁରୋହିତ ମାନେ ପାରମ୍ପରିକ ଭାବେ ପୂଜାର୍ଚ୍ଚନା ପରେ ମହାରଣା ମାନେ କାଠରେ କୁରାଢ଼ୀ ସ୍ପର୍ଶ କରିଥିଲେ । ଆସନ୍ତାକାଲି(ବୁଧବାର) ଠାରୁ ରଥ ଖଳା ଚଳଚଞ୍ଚଳ ହେବ। ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଶ୍ରୀନହର ସମ୍ମୁଖରେ ରଥ ନିର୍ମାଣ ପାଇଁ ରଥଖଳାରେ ପ୍ରସ୍ତୁତି ସରିଛି । ସୂଚନା ଥାଉ କି ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡରୁ ୩୨ ଖଣ୍ଡ ରଥକାଠ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି ।
ଏହା ବି ପଢନ୍ତୁ- Akshaya Tritiya: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀଜିଉଙ୍କ ରଥକାଠ ଅନୁକୁଳ