ଓଡିଶା

odisha

ETV Bharat / city

ବାହୁଡା ପୂର୍ବରୁ ଅଘଟଣ, ଚିରିଲା ଦେବଦଳନ ରଥକନା - ରଥକନା

ବାହୁଡା ଯାତ୍ରା ନେଇ ପ୍ରଶାସନ ପ୍ରସ୍ତୁତ । ରଥକୁ ଦକ୍ଷିଣ ମୋଡ଼ ମଧ୍ୟ କରାଯାଇଛି । ହେଲେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଲାଗିଥିବା କପଡା ଚିରି ଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jul 9, 2019, 5:33 PM IST

ପୁରୀ: ବାହୁଡା ଯାତ୍ରା ପୂର୍ବରୁ ଅଘଟଣ । ଚିରିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର କନା । ରଥକୁ ଦକ୍ଷିଣ ମୋଡ କରାଯିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ଭକ୍ତ ମହଲରେ ଉଦବେଗ ପ୍ରକାଶ ପାଇଛି । ଏପଟେ କିନ୍ତୁ ସୋମବାର ସନ୍ଧ୍ୟାରୁ ରଥକନା ଚିରିଥିବା ନେଇ କହିଛନ୍ତି ଭକ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଗୋଟେ ପଟେ ରଥ କନା କିପରି ଚିରିଲା ତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରବଳ ବେଗରେ ପବନ ଯୋଗୁଁ ରଥକନା ଚିରି ଥିବା ନେଇ ଆଶଙ୍କା କରାଯାଉଛି । ଏନେଇ ରଥ ତତ୍ତ୍ବଧାରକଙ୍କ ସହ ଆଲୋଚନା ହୋଇଛି । ଖୁବଶୀଘ୍ର ଦର୍ପଦଳନ ରଥର କପଡା ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।

ଏପଟେ ଶରଧା ବାଲିରେ ତିନି ରଥ ଛୁଇଁବା ନେଇ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଭକ୍ତ ପାଇଁ ଦେଇଛି । ତେବେ ଦୁର୍ଭାଗ୍ୟର ବିଷୟ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବ୍ୟାରିକେଡ ବହୁ ଦୂରତାରେ ରହିଛି । ଫଳରେ ଭକ୍ତ ମାନେ ଦର୍ପଦଳନ ରଥ ଛୁଇଁବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଥିଲା । ଏନେଇ ଦର୍ପଦଳନ ରଥ ନିକଟରେ ବ୍ୟାରିକେଡ କରିବାକୁ ପୋଲିସ ସହିତ ଆଲୋଚନା କରାଯାଇ ରଥ ଛୁଇଁବା ନେଇ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details