ପୁରୀ:ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଆଜି (ମଙ୍ଗଳବାର) ଠାରୁ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପର୍ଵ ଆରମ୍ଭ ହୋଇଛି । ନରେନ୍ଦ୍ର ପୁଷ୍କରିଣୀରେ ଏହି ଚନ୍ଦନ ଯାତ୍ରା 21 ଦିନ ଧରି ଅନୁଷ୍ଠିତ ହେବ । କୋଭିଡ଼ କଟକଣା ଯୋଗୁଁ ଚଳିତ ଚନ୍ଦନ ଯାତ୍ରା ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରଦ୍ଧାଳୁ ଖୁବ ଖୁସିଥିବା ଦେଖିବାକୁ ମିଳିଛି ।
Chandan Yatra: ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଚାପ ଖେଳିଲେ ମହାପ୍ରଭୁ - ଭକ୍ତଙ୍କ ଗହଣରେ ଚାପଡଙ୍ଗା ଖେଳିଲେ ମହାପ୍ରଭୁ
ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ଚାପଡଙ୍ଗା ଖେଳିଲେ ମହାପ୍ରଭୁ । ଆରମ୍ଭ ହେଲା ଚନ୍ଦନ ଯାତ୍ରା । ଅଧିକ ପଢନ୍ତୁ
Chandan Yatra: ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଲେ ଭକ୍ତ
ନନ୍ଦା ଭଦ୍ରା ଦୁଇଟି ନାମକ ଚାପ ଡଙ୍ଗାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରଭୂ ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ ଚାପ ଖେଳିଥାନ୍ତି । ଏହାକୁ ଚନ୍ଦନ ଯାତ୍ରା କୁହାଯାଏ । ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁଁ ବିନା ଭକ୍ତରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିଲା । ତେବେ କୋଭିଡର ସ୍ଥିତି ସୁଧୁରିବା ପରେ ଚଳିତ ବର୍ଷ ଚନ୍ଦନଯାତ୍ରାରେ ଭକ୍ତଙ୍କୁ ସାମିଲ ନେଇ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି । ଦୀର୍ଘ ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତମାନେ ବେଶ ଆନନ୍ଦ ଲାଭ କରିଛନ୍ତି ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : May 3, 2022, 7:51 PM IST