ଓଡିଶା

odisha

ETV Bharat / city

'CAA ବିବାଦ ପଛରେ କଂଗ୍ରେସ ' - କଂଗ୍ରେସ

CAA ଆଇନକୁ ନେଇ ସାରା ଦେଶରେ ପ୍ରତିବାଦ କେଉଁଠି ତ ଆଉ କେଉଁଠି ସମର୍ଥନ ଦେଖିବାକୁ ମିଳିଛି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଧିକ ଖବର ପଢନ୍ତୁ...

'CAA ବିବାଦ କଂଗ୍ରେସ ହିଁ କରୁଛି'
'CAA ବିବାଦ କଂଗ୍ରେସ ହିଁ କରୁଛି'

By

Published : Dec 31, 2019, 9:04 PM IST

ପୁରୀ: CAA ଆଇନକୁ ନେଇ ସାରା ଦେଶରେ ପ୍ରତିବାଦ କେଉଁଠି ତ ଆଉ କେଉଁଠି ସମର୍ଥନ ଦେଖିବାକୁ ମିଳିଛି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିଏଏ ଆଇନ ପ୍ରସଙ୍ଗରେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ସେ।

'ବିବାଦ କଂଗ୍ରେସ ଦଳ ହିଁ କରୁଛି । କଂଗ୍ରେସ ୨ ଥର ପରାଜୟ ବରଣ କଲାଣି। କୌଣସି ପ୍ରସଙ୍ଗ କଂଗ୍ରେସ ହାତରେ ନାହିଁ। ସେଥିପାଇଁ ଏମିତି ବିବାଦ କଂଗ୍ରେସ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ’

'CAA ବିବାଦ କଂଗ୍ରେସ ହିଁ କରୁଛି'

ଆମର ୩ ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁଙ୍କୁ ଯଦି ଆମେ ଆଶ୍ରୟ ଦେଲେ କାହାର କ’ଣ ଆପତ୍ତି ଅଛି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର। ଯେଉଁମାନେ ଧାର୍ମିକ ଉତ୍ପୀଡନର ଶିକାର ହେଉଥିଲେ ସେମାନଙ୍କୁ ନାଗରିକତ୍ବ ସିଏଏ ଆଇନ ମାଧ୍ୟମରେ ନାଗରିକତା ପ୍ରଦାନ କରାଯିବ। ମାତ୍ର କଂଗ୍ରେସ ମୁସଲମାନ ଭାଇଭଉଣୀଙ୍କ ମନରେ ଡର ସୃଷ୍ଟି କରୁଛି। ଭୋଟ ବ୍ୟାଙ୍କ ଲାଳସାରେ କଂଗ୍ରେସ ଏପରି କରୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details