ଓଡିଶା

odisha

ETV Bharat / city

ବାଲୁକା ଚିତ୍ରକଳାରେ ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା - ବାଲୁକା ଚିତ୍ରକଳା ରେ ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା

ପବିତ୍ର ବୈଶାଖ ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ବାଲୁକା କଳାରେ ବୁଦ୍ଧଙ୍କ ଚିତ୍ର ଆଙ୍କି ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ

ବାଲୁକା ଚିତ୍ରକଳାରେ ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା
ବାଲୁକା ଚିତ୍ରକଳାରେ ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା

By

Published : May 16, 2022, 9:19 AM IST

ପୁରୀ:ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା । ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଭଗବାନ ଗୌତମ ବୁଦ୍ଧ । ଏଣୁ ଏହି ଦିବସକୁ ବୌଦ୍ଧ ଧର୍ମାବଲମ୍ବୀ ମାନେ ପୂଜାର୍ଚ୍ଚନା, ପ୍ରାର୍ଥନା ଏବଂ ଉପାସନା କରି ପାଳନ କରିଥାନ୍ତି । ଏହି ପବିତ୍ର ଦିବସ ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି । ଯେଉଁଥିରେ ଭଗବାନ ବୁଦ୍ଧଙ୍କ ମୁଖ ମଣ୍ଡଳ ପ୍ରତିକୃତିକୁ ସ୍ଥାନ ଦେଇଛନ୍ତି । ଭଗବାନ ବୁଦ୍ଧଙ୍କୁ ବିଷ୍ଣୁଙ୍କ ଅବତାର ବୋଲି ହିନ୍ଦୁ ଶାସ୍ତ୍ରରେ ବର୍ଣ୍ଣନା ରହିଛି । ବୁଦ୍ଧଙ୍କ ସତ୍ୟ, ଅହିଂସା ଓ କରୁଣା ବାର୍ତ୍ତାକୁ ନେଇ ତାଙ୍କର ଅନେକ ଅନୁଗାମୀ ମଧ୍ୟ ରହିଛନ୍ତି ।

ବାଲୁକା ଚିତ୍ରକଳାରେ ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା

ପୁରୀ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details