ପୁରୀ: ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ଫଳାଫଳ । ଦିନ 11ଟାରୁ www.bseodisha.ac.in ଓ www.bseodisha.nic.in ଏହି ଦୁଇଟି ଓ୍ବେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି ।
ଚଳିତ ବର୍ଷ ପୁରୀ ଜିଲ୍ଲାର ମୋଟ 21ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଫଳାଫଳକୁ ନେଇ ବେଶ ଖୁସି ଅନୁଭଵ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିବାବକ । ପୁରୀର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଫଳାଫଳ ହାର ଭଲ ରହିଥିବାରୁ ବେଶ ଖୁସି ବ୍ୟକ୍ତ କରିଛନ୍ତି କର୍ତ୍ତୃପକ୍ଷ । 100 ପ୍ରତିଶତ ପାସ ହାର ଲଗାତାର 10 ଶିକ୍ଷାବର୍ଷ ଧରି ବଜାୟ ରହିଛି ।